Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କୁ ନେଇ ‘ବିଗ୍ ବସ୍’ରେ ଚର୍ଚ୍ଚା; ସିଦ୍ଧାର୍ଥ କହିଲେ “ଛପନ ଭୋଗକୁ ମୁଁ ଭଲପାଏ”…

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କ ଅଭିନୀତ ତଥା ତଥା ବହୁଳ ପ୍ରସାରିତ ‘ବିଗ୍ ବସ୍ – ୧୩’ରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଚର୍ଚ୍ଚା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି ।

ୟୁଟ୍ୟୁବ୍ ରେ ପ୍ରସାରରିତ ହେଉଥିବା ଏକ ଭିଡ଼ିଓରେ ପ୍ରତିଯୋଗୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁସ୍ୱାଦୁ ଛପନ ଭୋଗର ବେଶ୍ ପ୍ରଶଂସା କରିଛନ୍ତି । ଜଣେ ପ୍ରତିଯୋଗୀ ଛପନ ଭୋଗ କଥା କହିବା ମାତ୍ରେ ଅନ୍ୟ ଜଣେ ପ୍ରତିଯୋଗୀ ମହାପ୍ରଭୁଙ୍କ ମହାପ୍ରସାଦ ଯେ କିପରି ସୁସ୍ୱାଦୁ ଏବଂ ଶ୍ରୀମନ୍ଦିରରେ ଦୈନିକ ପ୍ରଚୁର ପରିମାଣର ଏବଂ ବିଭିନ୍ନ ପ୍ରକାରରର ଭୋଗ ହେଉଥିବା ନେଇ ଚର୍ଚ୍ଚା କରିଛନ୍ତି । ବିଗ୍ ବସର ପ୍ରତିଯୋଗୀ ପାରଷ ଛାବ୍ରା ଏବଂ ସିଦ୍ଧାର୍ଥ ଶୁକ୍ଳା ଛପନ ଭୋଗକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ।

ଖାଲି ସେତିକି ନୁହେଁ, କୋଣାର୍କର ସୂର୍ଯ୍ୟ ମନ୍ଦିରର ବିରଳ ସୂର୍ଯ୍ୟ ଉଦୟର ଚମତ୍କାରୀତାକୁ ବେଶ୍ ପ୍ରଶଂସା କରିଛନ୍ତି । ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧି ତଥା ଶ୍ରୀମନ୍ଦିରର ଆଶ୍ଚର୍ଯ୍ୟଜନକ ତଥା ସ୍ୱାଦିଷ୍ଟ ଛପନ ଭୋଗକୁ ଏହି ପ୍ରତିଯୋଗୀମାନେ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି ।

“କୋଣାର୍କର ସୂର୍ଯ୍ୟ ମନ୍ଦିର ହିଁ ଦେଶର ଏକମାତ୍ର ମନ୍ଦିର ଯେଉଁଠି ବିରଳ ସୂର୍ଯ୍ୟ ଉଦୟ ଦୃଶ୍ୟ ହୋଇଥାଏ ଏବଂ ଦିନର ପ୍ରତ୍ୟେକ ମୂହୁର୍ତ୍ତର ସମୟ ମଧ୍ୟ ସୂର୍ଯ୍ୟଙ୍କ ମନ୍ଦିର ଦ୍ୱାରା ଜାଣିହୋଇଥାଏ । ଖାଲି ସେତିକି ନୁହେଁ, ଏହି ସୂର୍ଯ୍ୟ ମନ୍ଦିର ଘନ ରଙ୍ଗର ହୋଇଥିଲେ ମଧ୍ୟ ସୂର୍ଯ୍ୟ କିରଣ ପଡ଼ିବା ପରେ ବର୍ଷ ଦିନ ମାସ ଏପରିକି ପ୍ରତି ମୂହୁର୍ତ୍ତର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିହୋଇଥାଏ,” ବୋଲି ପ୍ରତିଯୋଗୀ ସିଦ୍ଧାର୍ଥ କହିଛନ୍ତି ।

ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.