Latest Odisha News

BREAKING NEWS

୧୫ ଦିନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଗଚ୍ଛିତ ରଖିବାକୁ ୩ ସେନାଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ଉତେଜନା ପୂର୍ଣ୍ଣ ପରିସ୍ଥିତି ସମୟରେ ଭାରତ ସରକାର ରବିବାର କଡା ପଦକ୍ଷେପ ଗ୍ରହଣ କରିଛି । ୩ ସେନାଙ୍କୁ ୧୫ ଦିନ ପାଇଁ ଯୁଦ୍ଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଦାଖର ପୂର୍ବାଂଚଳରେ ଚୀନ ଉତେଜନା ସୃଷ୍ଟି କରୁଥିବାରୁ ଭାରତର ଭଳି ପଦକ୍ଷେପ ଜରୁରୀ ହୋଇ ପଡିଥିଲା । ଏହା ବ୍ୟତୀତ ବିଦେଶରୁ ୫୦,୦୦୦ କୋଟି ଟଙ୍କାର ଯୁଦ୍ଧ ସାମଗ୍ରୀ କିଣିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

ସେହିପରି ୩୦୦ କୋଟି ଟଙ୍କାର ଏମରଜେନ୍ସି ଫାଇନାନ୍ସିଆଲ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି । ଉରୀ ଘଟଣା ପରେ ଷ୍ଟକ ବୃଦ୍ଧି କରିବା ପାଇଁ ସେନାଙ୍କୁ କୁହାଯାଇଥିଲା । ପାକିସ୍ତାନ ଓ ଚୀନର ଭୂମିକାକୁ ଆଖି ଆଗରେ ରଖି ଭାରତ ମିସାଇଲରେ ଅଧିକ ଖର୍ଚ୍ଚ କରୁଛି ।

Comments are closed.