Latest Odisha News

BREAKING NEWS

ଚୀନ ବିପକ୍ଷରେ କଡା ଆଭିମୁଖ୍ୟ: ଶୀତକାଳୀନ ଅଲିମ୍ପିକ୍ସକୁ ବର୍ଜନ କରିବେ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ: ବେଜିଂରେ ଫେବୃୟାରୀ ୪ରୁ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବ । ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆରମ୍ଭ ହେବା ଠିକ ପୂର୍ବରୁ ଚୀନର ଏକ ପଦକ୍ଷେପ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି । କମ୍ୟୁନିଷ୍ଟ ସରକାର ଗଲୱାନ ଭ୍ୟାଲୀରେ ଭାରତୀୟ ସୈନିକଙ୍କ ସହ ସଂଘର୍ଷ କରିଥିବା ସୈନିକଙ୍କୁ ଟର୍ଚ୍ଚ ବିୟରର କରିବାରୁ ଏହି ଅଶାନ୍ତି ଉପୁଜିଛି ।

ଭାରତ ଏ ନେଇ କଡା ପଦକ୍ଷେପ ଗ୍ରହଣ କରି କୂଟନୈତିସ୍ତରରେ ଏହାକୁ ବିରୋଧ କରିବ । ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ କୌଣସି ଭାରତୀୟ ଅଧିକାରୀ ଏଥିରେ ଯୋଗ ଦେବେ ନାହିଁ । ଚୀନ ଖେଳ ମଧ୍ୟରେ ରାଜନୀତି ପୂରାଉଥିବା ଭାରତ ଅଭିଯୋଗ କରିଛି ।

Comments are closed, but trackbacks and pingbacks are open.