Latest Odisha News

ଟି୨୦ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ, ଟି୨୦ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ । ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ଖେଳାଯିବା ପରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା । ପୂର୍ବରୁ ୨୫ ଫେବୃୟାରୀରୁ ଟେଷ୍ଟ ସିରିଜରୁ ଏହି ଗସ୍ତ ଆରମ୍ଭ ହୋଇଥାନ୍ତା । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଅନୁରୋଧ କ୍ରମେ ଏହି କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଏବେ ଫେବୃୟାରୀ ୨୪, ୨୬ ଓ ୨୭ରେ ଯଥାକ୍ରମେ ଲକ୍ଷ୍ନୌ, ଧର୍ମଶାଳାରେ ଏହି ମ୍ୟାଚ ଖେଳାଯିବ ।

BjdElectrycity

ସେହିପରି ପ୍ରଥମ ଟେଷ୍ଟ ମୋହାଲୀରେ ମାର୍ଚ୍ଚ ୪ରୁ ୮ ଏବଂ ଦ୍ୱିତୀୟ ଟେଷ୍ଟ ବାଙ୍ଗାଲୋରରେ ୧୨ରୁ ୧୬ମାର୍ଚ୍ଚରେ ଖେଳାଯିବ । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଙ୍ଗାଲୋର ବଦଳରେ ମୋହାଲୀରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ।

Comments are closed, but trackbacks and pingbacks are open.