Latest Odisha News

BREAKING NEWS

ପାୟଲଙ୍କ ଏ ନାଇଟ ଅଫ ନୋଇଂ ନଥିଙ୍ଗ ଜିତିଲା ଟିଆଇଏଫଏଫ ପୁରସ୍କାର

ନୂଆଦିଲ୍ଲୀ: ଟୋରାଂଟ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବାଜି ମାରିଛନ୍ତି ଭାରତୀୟ ନିର୍ଦ୍ଦେଶିକା ପାୟଲ କାପାଡିଆ । ତାଙ୍କ ପ୍ରୋଜେକ୍ଟ ଏ ନାଇଟ ଅଫ ନୋଇଂ ନ ଥିଙ୍ଗ ୪୬ତମ ଟିଆଇଏଫଏଫ ପୁରସ୍କାର ହାସଲ କରିଛି । ଡକ୍ୟୁମେଂଟ୍ରି ବିଭାଗରେ ଶର୍ଟଲିଷ୍ଟ ହୋଇଥିବା ୩ ଫିଲ୍ମରେ ଏହା ସାମିଲ ହୋଇଥିଲା । ପାୟଲଙ୍କ ନୂତନ ଶୈଳୀର ନିର୍ଦ୍ଦେଶନା ପ୍ରଶଂସା କରାଯାଇଛି ।

ଏହା ପୂର୍ବରୁ ୨୦୧୭ରେ ଶର୍ଟ ଫିଲ୍ମ ଆଫଟରନୁନ କ୍ଲାଉଡର ଓ ହ୍ୱାଟ ଇଜ ଦି ସମର ସେଇଂ ଦି ନେକ୍ସଟ ଇୟରରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ସିନେମାରେ ବିବିଧତା ଆଣିବା ପାଇଁ ଉଦ୍ୟମ କରୁଥିବା ନିର୍ଦ୍ଦେଶକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.