Latest Odisha News

BREAKING NEWS

ମାଲକାନଗିରି ଉପରେ ଆନ୍ଧ୍ର ଓ ତେଲେଙ୍ଗନା ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି

ମାଲକାନଗିରି: ଓଡିଶା ସୀମାକୁ ନେଇ ପ୍ରାୟତଃ ସମୟ ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାର ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ । ହେଲେ ଏଥର କ୍ୱାର୍ଜ ପଥର ପାଇଁ ମାଲକାନଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର ଖଣିଆ ମାଫିଆ ।

ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି ଗାଁ ନିକଟରେ ଥିବା ଏକ ମୋରମ ଖାଦାନରେ ମୂଲ୍ୟବାନ ପଥର କ୍ୱାର୍ଜ ଥିବା ନେଇ ତେଲେଙ୍ଗାନାର ଜଣେ ଠିକାଦାର ସନ୍ଧାନ ପାଇଥିଲେ । ଏହାପରେ ସେଠିକାର ଖଣି ମାଫିଆମାନେ ଏହି ପଥର ବିଷୟରେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ କିଛି ହାତଗୁଂଜା ଦେଇ ରାତାରାତି ଏଠାରୁ ଶହଶହ ଟନ୍ କ୍ୱାର୍ଜ ପଥର ଉଭୟ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହୋଇଥିଲା । ଜାଣି ଚକିତ ହେବେ ପଥର ଚୋରା ଚାଲାଣ ପାଇଁ ମାଫିଆମାନେ ପାହାଡ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରିଥିଲେ ।

ଏହି ଘଟଣା ସ୍ଥାନୀୟ ପ୍ରଶାସନ ନଜରକୁ ଆସିବା ମାତ୍ରେ ମୋଟୁ ତହସିଲଦାର ପଥର ଖାଦାନରେ ଲାଲ ପତାକା ଲଗାଇବା ସହ ଏହାକୁ ନିଷିଦ୍ଧ ଅଂଚଳ ଭାବେ ଘୋଷିତ କରିଥିଲେ । ତେବେ ବାହାର ରାଜ୍ୟକୁ ମୂଲ୍ୟବାନ ପଥର ଚୋରା ଚାଲାଣରେ ସ୍ଥାନୀୟ ଆର.ଆଇଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲା ପ୍ରଶାସନର ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

ଆଜି ପ୍ରଦୀପ ମାଝି କୁନାନପାଲି ଓ ଏହାର ଆଖପାଖ ଗାଁକୁ ଯାଇ ସମସ୍ତ କ୍ୱାର୍ଜ ପଥର ଖଣି ବୁଲି ଦେଖିଥିଲେ । ସ୍ଥାନୀୟ ଲୋକଙ୍କୁ ଠକି ଓଡିଶାର ମୂଲ୍ୟବାନ ପଥର ଲୁଟ୍ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.