Latest Odisha News

BREAKING NEWS

ଭାରତ ଓ ଚୀନ୍ ସମ୍ପର୍କକୁ ନେଇଁ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟ ଶଙ୍କର । ଏଲଏସିରେ ଦେଢ ବର୍ଷ ହେବା ଚାଲିଥିବା ଅଶାନ୍ତ ବାତାବରଣକୁ ନେଇ ଉଭୟ ଦେଶ ସେନା ସ୍ତରୀୟ ବାର୍ତ୍ତାକୁ ନେଇ ସହମତି ଦେଇଛନ୍ତି । ଏହା ୧୪ ସ୍ତରୀୟ ବାର୍ତ୍ତାହେବ ଯେଉଁଥିରେ ଅଶାନ୍ତ ଥିବା ଅଞ୍ଚଳରେ ଉଭୟ ଦେଶର ସେନାକୁ ହଟାଇବାକୁ ଜୋର ଦିଆଯିବ । ଚୀନ ସମ୍ବଦ୍ଧରେ ଭାରତୀୟ ବିଦେଶ ମନ୍ତ୍ରୀ ।ଏସ୍ ଜୟଶଙ୍କର କହିଛନ୍ତି କି ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ ଦିନକୁ ଦିନ ଖରାପ ଆଡକୁ ଗତି କରୁଛି ।

ପୂୂର୍ବ ଲଦାଖ ସୀମାକୁ ନେଇ ମଧ୍ୟ ବିଦେଶ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଥିଲେ । ବେଜିଂ ନିୟମ ଉଲ୍ଲଙ୍ଘନ ନେଇ ଅନେକ କାର୍ଯ୍ୟାନୁଷ୍ଠାନ ହୋଇଛି ହେଲେ ତାଙ୍କ ପାଖରେ ଏନେଇ କୌଣସି ସ୍ପଷ୍ଟି କରଣ ନାହିଁ ବୋଲି କହିଛନ୍ତି ।ଏହି ସମୟରେ ଚାଇନା ନେତ୍ୱତ୍ୱ ଜବାବ ଦେବାର ଅଛି କି ସେ ଦ୍ୱିପାକ୍ଷିକ ସମ୍ପର୍କକୁ କେଉଁଭଳି ସମ୍ମାନ ଦେବେ ।

Leave A Reply

Your email address will not be published.