Latest Odisha News

BREAKING NEWS

ଡ଼ଙ୍ଗା ଭସାଇବାବେଳେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଡ଼ଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ ।

ଜଣେ ମାଛ ଧରାଳିଙ୍କ ଜାଲ ସହାୟତାରେ ରୋଶନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ୧୨ବର୍ଷର ପୁଅ ହେଲେ ରୋଶନ ନାୟକ ।

ଅସାବଧାନତା କାରଣରୁ ଡ଼ଙ୍ଗା ଭସାଉଥିବାବେଳେ ରୋଶନ ବ୍ରାହ୍ମଣୀ ନଦୀର ଜଳସ୍ରୋତରେ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ବନ୍ଦାଳ ଗାଁର ଜଣେ ମାଛ ଧରାଳିଙ୍କ ଜାଲ ସାହାଯ୍ୟରେ ରୋଶନଙ୍କୁ ଉଦ୍ଧାର କରାଯାଇଥିଲା । ରୋଶନଙ୍କ ମୃତ୍ୟୁରେ ଗାଁରେ ଶୋକାର ଛାୟା ଖେଳିଯାଇଛି ।

Leave A Reply

Your email address will not be published.