Latest Odisha News

BREAKING NEWS

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।

ସ୍ୱର୍ଗତଃ ବାନାର୍ଜୀଙ୍କ ଦୁଇ ଜଣ ଝିଅ ପାଉଲା ଓ ପୂର୍ଣ୍ଣା ଥିବା ବେଳେ ତାଙ୍କର ସାନଭାଇ ପ୍ରସୁନ ବାନାର୍ଜୀ ଯିଏକି ଏବେ ତୃଣମୂଳ କଂଗ୍ରେସର ସାଂସଦ ଅଛନ୍ତି ।

ମହାନ ଫୁଟବଲ ଖେଳାଳି ଶ୍ରୀ ବାନାର୍ଜୀ ୧୯୬୨ ମସିହା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ସମୟରେ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ଥିଲା ।

ସ୍ୱର୍ଗତଃ ବାନାର୍ଜୀ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଉପକଣ୍ଠସ୍ଥ ମୋୟାଂଗୁରୀ ନାମକ ସ୍ଥାନରେ ୧୯୩୬ ମସିହା ଜୁନ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଭାରତୀୟ ଜାତୀୟ ଦଳଲାଗି ୮୪ଟି ମ୍ୟାଚରେ ପ୍ରତିନିଧିତ୍ୱ କରିବା ସହିତ ୬୫ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ସ୍ୱନାମ ଅର୍ଜନ କରିପାରିଛନ୍ତି ।

ଏହାପୂର୍ବରୁ ଶ୍ରୀ ବାନାର୍ଜୀ ୧୯୫୬ ମସିହା ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାରତୀୟ ଫୁଟବଲ ଦଳ ଲାଗି ପ୍ରତିନିଧିତ୍ୱ କରିଥିଲେ । ଏହି ଅଲିମ୍ପିକ୍ସରେ ଭାରତୀୟ ଫୁଟବଲ ଦଳ ଅଷ୍ଟେ୍ରଲିଆକୁ କ୍ୱାର୍ଟରଫାଇନାଲରେ ୪-୨ ଗୋଲରେ ପରାସ୍ତ କରିପାରିଥିଲା । ଭାରତର ଏହି ବିଜୟରେ ଶ୍ରୀ ବାନାର୍ଜୀଙ୍କ ମୁଖ୍ୟ ଭୂମିକା ରହିଥିଲା ।

Leave A Reply

Your email address will not be published.