Latest Odisha News

BREAKING NEWS

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ଶନିବାର ଠାରୁ ଯୁଗ୍ମ – ଅଯୁଗ୍ମ ପଦ୍ଧତି ଅନୁଯାୟୀ ଦିନେ ଛାଡି ଦିନେତାରିଖ ଅନୂଯାୟୀ ଯୁଗ୍ମ ଓ ଅଯୁଗ୍ମ ରେଜିଷ୍ଟ୍ରେସନ୍ ନମ୍ବର ରହିଥିବା ଗାଡି ଚଳାଚଳ କରିବ । ଏହି କ୍ରମରେ ଶନିବାର ୨୧ ତାରିଖ ହୋଇଥିବାରୁ ଅଯୁଗ୍ମ ନମ୍ବର ଗାଡି ଚଳାଚଳ କରିବ ବୋଲି ଜଣାପଡିଛି । କମିଶନରେଟ୍ ପୋଲିସ୍ ପକ୍ଷରୁ ଏଥିପାଇଁ କଟକର ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ମଧ୍ୟ ଏହି ଯୁଗ୍ମ – ଅଯୁଗ୍ମ ପଦ୍ଧତି ଶନିବାରଠାରୁ କାର୍ଯ୍ୟକାରୀ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.