Latest Odisha News

BREAKING NEWS

ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ରେଞ୍ଜରଙ୍କୁ ଧରିଲା ବିଏସଏଫ

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସୀମା ସୁରକ୍ଷା ବଳ (BSF) ରାଜସ୍ଥାନର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଛି। ସରକାରୀ ସୂତ୍ର ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଶନିବାର ନିଆଯାଇଥିଲା।

ସୂତ୍ର ଅନୁସାରେ, ରାଜସ୍ଥାନ ଫ୍ରଣ୍ଟିୟରର ବିଏସଏଫ ୟୁନିଟ୍ ଏହି ପାକିସ୍ତାନୀ ରେଞ୍ଜରଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ସେ ଭାରତୀୟ ସୀମାରେ କିପରି ପହଞ୍ଚିଲେ?

ସୂଚନାଥାଉକି, ରାଜସ୍ଥାନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମା ରେଖା ବହୁତ ସ୍ପଷ୍ଟ ଅଟେ । ପାକିସ୍ତାନୀ ସୈନିକଙ୍କ ଅନୁପ୍ରବେଶ ପ୍ରୟାସ ଅନେକ ପ୍ରଶ୍ନ ଉଠାଇଛି। ଏହା ପରେ ବିଏସଏଫ ସୀମାର ସୁରକ୍ଷା ଆହୁରି କଡାକଡି କରିଛି ।

ଏହା ପୂର୍ବରୁ ପାକିସ୍ତାନୀ ରେଞ୍ଜର୍ସମାନେ ଜଣେ ଭାରତୀୟ ଯବାନଙ୍କୁ ମଧ୍ୟ ଅଟକ ରଖିଥିଲେ। ଭାରତୀୟ ଯବାନ ଜଣଙ୍କ ଭୁଲବଶତଃ ସୀମା ପାର କରିବାରୁ ତାଙ୍କୁ ସେମାନେ ଅଟକ ରଖିଥିଲେ। ଭାରତୀୟ ଯବାନଙ୍କୁ ଅଟକ ରଖିବାର ପ୍ରାୟ ଦୁଇ ସପ୍ତାହ ପରେ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶଙ୍କୁ ୨୩ ଏପ୍ରିଲରେ ପଞ୍ଜାବର ଅନ୍ତର୍ଜାତୀୟ ସୀମାରୁ ପାକିସ୍ତାନୀ ରେଞ୍ଜର୍ସମାନେ ଅଟକ ରଖିଥିଲେ। ଭାରତୀୟ ସେନାର କଡ଼ା ବିରୋଧ ସତ୍ତ୍ୱେ, ସେମାନେ ତାଙ୍କୁ ଛାଡ଼ିବାକୁ ମନା କରିଦେଇଥିଲେ। ଭାରତ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ପାକିସ୍ତାନୀ ରେଞ୍ଜର୍ସଙ୍କଠାରୁ ଯବାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ, ​​କିନ୍ତୁ ପଡ଼ୋଶୀ ଦେଶ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ ।

 

 

Comments are closed.