ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୯ ଆତଙ୍କୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରିଥିଲେ। ରବିବାର ଏୟାର ମାର୍ଶାଲ ଏ କେ ଭାରତୀ, ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ମେଜର ଜେନେରାଲ ଏସଏସ ଶର୍ମା ଏବଂ ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ଅପରେସନ ସିନ୍ଦୂର ଏବଂ ଏହାର ପ୍ରଭାବ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଅପରେସନ ସିନ୍ଦୂରକୁ ନେଇ ତିନି ସେନାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ସମୟରେ ଭାଇସ୍ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଏପ୍ରିଲ ୨୨ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ଵାରା ଜମ୍ମୁ-କାଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଗଲା। ଏହା ପରେ ନୌସେନା ନିଜର ଯବାନ, ଯୁଦ୍ଧପୋତ, ବୁଡ଼ାଜାହାଜ ଓ ଲଢୁଆ ବିମାନକୁ ତୁରନ୍ତ ତତ୍ପରତାର ସହିତ ସମୁଦ୍ରରେ ମୁୟତନ କରାଯାଇଥିଲା। ଆମେ ଆତଙ୍କବାଦୀ ହମଲାର ୯୬ ଘଣ୍ଟା ଭିତରେ ଆରବ ସାଗରରେ ନିଜର ଅସ୍ତ୍ରଶସ୍ତ୍ର ଓ ଲଢୁଆ ଜାହାଜକୁ ଆରବ ସାଗରରେ ଶତ୍ରୁ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୂରା ତତ୍ପରତା ଓ କ୍ଷମତା ସହିତ ମୁତୟନ କରିଥିଲୁ।
In the aftermath of the cowardly attacks on innocent Indian tourists at #Pahalgam by Pakistani sponsored terrorists on #22Apr 25, the #IndianNavy’s Carrier Battle Group, surface forces, submarines and aviation assets were immediately deployed at sea with full combat readiness, in… pic.twitter.com/c1iN3MbgfB
— SpokespersonNavy (@indiannavy) May 11, 2025
ଭାରତୀୟ ନୌସେନା ପାକିସ୍ତାନର ନୌସେନା ଓ ଏହାର ଏରିୟଲ ୟୁନିଟ୍କୁ ରକ୍ଷାତ୍ମକ ମୁଦ୍ରାରେ ରହିବାକୁ ବାଧ୍ୟ କରିଥିଲା। ଭାରତୀୟ ନୌସେନା ପାକିସ୍ତାନର କୌଣସି ବି ପ୍ରକାରର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଣ୍ଣାୟକ ଜବାବ ଦେବାକୁ ସମୁଦ୍ରରେ ସକ୍ରିୟ ଅଛନ୍ତି।
ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ଆଜି ସକାଳେ ପାକିସ୍ତାନର DGMOଙ୍କୁ ଆଉ ଏକ ହଟଲାଇନ୍ ବାର୍ତ୍ତା ପଠାଇଛୁ, ଯେଉଁଥିରେ ୧୦ ମେରେ DGMO ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ ହୋଇଥିବା ସୂଚନା ଦିଆଯାଇଛି ଏବଂ କୁହାଯାଇଛି ଯେ ଯଦି ଆଜି ରାତିରେ କିମ୍ବା ଏହାପର ପୁନରାବୃତ୍ତି ହୁଏ, ତେବେ ଆମେ କଡ଼ା ଜବାବ ଦେବୁ। ସେନା ମୁଖ୍ୟ ଆମକୁ ପ୍ରତିଶୋଧ ନେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।
Comments are closed.