Latest Odisha News

BREAKING NEWS

ବୁଦ୍ଧିମତୀ ଝିଅ ଡଗ ଡଗ କଷି ଦେଉଛି ଅଙ୍କ; ସୁପରକମ୍ପ୍ୟୁଟର ବି ହାର ମାନିବ

ନୂଆଦିଲ୍ଲୀ: ବୁଦ୍ଧିମତୀ ଝିଅ  । ଡଗ ଡଗ କଷି ଦେଉଛି ଅଙ୍କ । ଯେମିତି ବ୍ରେନ ନୁହେଁ ତ ସୁପର କମ୍ପ୍ୟୁଟର । କାଲକୁଲେଟର ବି ଫେଲ ମାରିଯିବ ଏହି କୁନି ଝିଅ ପାଖରେ । ଛୋଟ ଝିଅର ଏହି ଅଙ୍କର ହିସାବକିତାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବଡ ବଡ ସଂଖ୍ୟାର ମିଶାଣ ଫେଡାଣ ଯେମିତି କରୁଛି ଆପଣ ଦେଖିଲେ ବି ତାଜୁବ ହୋଇଯିବେ । ପ୍ରକୃତରେ ଏ ବୁଦ୍ଧିମତା ନ ଦେଖିଲେ ବିଶ୍ୱାସ କରିହେବନି । ବଡ ବଡ ସଂଖ୍ୟାର ମିଶାଣ ଫେଡାଣ କରିବା ପାଇଁ ଝିଅଟି କାଗଜ କଲମ ଖୋଜି ନ ଥାଏ । ବରଂ ଶୁଣି ଶୁଣି ସମାଧାନ କରି ଦେଇଥାଏ ।

BjdElectrycity

ଭାରତର ପୂର୍ବତନ ନିର୍ବାଚନ ଅଧିକାରୀ ଏସ ୱାଇ କୁରେଶି ନିଜ ଟୁଇଟର ଆକାଉଣ୍ଟରେ ଏହି ପ୍ରତିଭାଶାଳୀ ଝିଅର ଭିଡିଓ ଶେୟାର କରିଛନ୍ତି । ଭିଡିଓ ବିଷୟରେ ସୂଚନା ଦେଇ କୁରେଶି କହିଛନ୍ତି, ଭାରତର ଏଇ ଝିଅ ଯିଏ ଆମେରିକାର ସୁପର କମ୍ପ୍ୟୁଟରଠାରୁ ବି ଅଧିକ ବୁଦ୍ଧିମାନ । ଏତେ କମ ସମୟ ମଧ୍ୟରେ ଜଟିଳ ଅଙ୍କର ସମାଧାନ କରୁଛି ଯେ ସୁପର କମ୍ପ୍ୟୁଟର ବି ତା ପାଖରେ ଫେଲ ମାରି ଯାଉଛି । ତାର ଅଙ୍କ କରିବାର ଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।’

କୁରେଶିଙ୍କର  ଏହି ଭିଡିଓଟି ବେଶ ଭାଇରାଲ ହୋଇଛି । ଭିଡିଓଟକୁ ୭୯୨.୧ ହଜାର ଲୋକ ଦେଖିଲେଣି । ଯିଏ ଦେଖୁଛି କୁନି ଝିଅର ଏଇ ଅପୂର୍ବ ପ୍ରତିଭାକୁ ସଲାମ କରୁଛି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଅଦ୍ଭୁତ ଏବଂ ଅକଳ୍ପନୀୟ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମାନବ କ୍ଷମତାର କୌଣସି ସୀମା ନାହିଁ ।

ଭିଡିଓଟି ଦେଖିବାକୁ ମିଳୁଛି, ଝିଅଟି ଆବାକସ ଗଣିତ ଉପଯୋଗ କରି ହିସାବ କରୁଛି । ସେ ନିଜ ହାତର ଇଶାରାରେ ଖୁବ ଦ୍ରୁତ ଗତିରେ ମିଶାଣ, ଫେଡାଣ, ଗୁଣନ, ହରଣ ଆଦି କରି ଦେଉଛି । ତେବେ ଏତେ କମ ସମୟ ଭିତରେ କହୁଛି ଯେ କାଲକୁଲେଟର କରିବା ବି ଅସମ୍ଭବ ।

Leave A Reply

Your email address will not be published.