Latest Odisha News

ନିଲମ୍ବିତ ହେଲେ ୨ ନକଲି ଅଧ୍ୟାପକ: ଫେରାଇବେ ପାଇଥିବା ଟଙ୍କା

ବଲାଙ୍ଗିର: ନକଲି ଶିକ୍ଷକ ପରେ  ନକଲି ଅଧ୍ୟାପକ । ଦୀର୍ଘ ବର୍ଷ ହେଲା ପିଲାଙ୍କୁ ପଢାଉଥିଲେ ପାଠ । ବଲାଙ୍ଗୀରରୁ ଧରାପଡିଛନ୍ତି ୨ ନକଲି ଅଧ୍ୟାପକ । ଧରାପଡିବା ପରେ ଏବେ ଦୁଇ ନକଲି ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ଅଧ୍ୟାପକ ହେଲେ ଯୋଗୀମୁଣ୍ଡା  ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ ।

BjdElectrycity

ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବାବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ କରୁଥିଲେ ନରେନ୍ଦ୍ର ନାଗ । ଉଭୟଙ୍କ  ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ବାଜିଛି। ଉଭୟ ନକଲି ଅଧ୍ୟାପକ ଦୀର୍ଘ ବର୍ଷ ହେଲା ଅସଲି ଛାତ୍ରଛାତ୍ରୀଙ୍କୁ ପଢ଼ାଇ ଚାଲିଥିବା ବେଳେ କେହି ତାହାର ଟେର ପାଇ ପାରୁ ନ ଥିଲେ।

ପ୍ରିନ୍ସିପାଲ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିଥିଲେ । ଏହା ପରେ ଉଭୟଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ କଲେଜ ମ୍ୟାନେଜମେଣ୍ଟରୁ ମଧ୍ୟ ବାହାର କରିଦିଆ ଯାଇଛି। ଏଥିସହ ସେମାନେ ମ୍ୟାନେଜମେଣ୍ଟ ଓ ବ୍ଲକ ଗ୍ରାଣ୍ଟରୁ ଦରମା ଆକାରରେ ପାଇଥିବା ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି। ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି।

ସୂଚନାଥାଉ କି, ପୂର୍ବରୁ ୪ ନକଲି ଶିକ୍ଷକ ଧରାପଡିବା ପରେ ସେମାନଙ୍କୁ ବହିଷ୍କୃତ କରିଥିଲେ ରାଜ୍ୟ ସରକାର ।  ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରିଛନ୍ତି  ।

 

Leave A Reply

Your email address will not be published.