Latest Odisha News

BREAKING NEWS

ସିଦ୍ଧୁଙ୍କ ଏସୱାଇଏଲ ଗୀତକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ ହତ୍ୟା କରାଯାଇଥିବା ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ୨ ଦିନ ତଳେ ରିଲିଜ ହୋଇଥିବା ଗୀତକୁ କେନ୍ଦ୍ର ସରକାର ବ୍ୟାନ କରି ଦେଇଛନ୍ତି । ସତଲଜ ଯମୁନା ଲିଙ୍କ (ଏସୱାଇଏଲ) ବିବାଦ ଉପରେ ଏହି ଗୀତ ପର୍ଯ୍ୟବେଶିତ ହୋଇଥିବାରୁ ବାଧ୍ୟହୋଇ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଏହି ଗୀତ ୨ ଦିନ ମଧ୍ୟରେ ୨.୭କୋଟି ଲୋକ ଦେଖିଥିଲେ । ୩.୩ କୋଟି କମେଂଟ ମଧ୍ୟ ଆସି ସାରିଥିଲା ।

ଏହି ଗୀତରେ କୃଷକ ଆନ୍ଦୋଳନ ଓ ଦିଲ୍ଲୀ ହିଂସା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ୟୁଟ୍ୟୁବ ଏବଂ ସିଦ୍ଧୁଙ୍କ ଅଫିସିଆଲ ସାଇଟରୁ ଏହାକୁ ଏବେ ହଟାଇ ଦିଆଯାଇଛି । ୩ଟି ଯାକ ପ୍ରସଙ୍ଗ ବିବାଦୀୟ ହୋଇଥିବାରୁ ଏବଂ ହରିୟାଣା ବିପକ୍ଷରେ ସିଧାସଳଖ ଏଥିରେ ଉଲ୍ଲେଖ ଥିବାରୁ ଏଥିନେଇ କାଳେ ହିଂସା ସୃଷ୍ଟି ହେବ ସେଥିପାଇଁ ସରକାର ଏହାକୁ ବ୍ୟାନ କରିଛନ୍ତି ।

Leave A Reply

Your email address will not be published.