Latest Odisha News

ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀର କ୍ୟାଡର ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ଏବେ ସୁଦ୍ଧା ତାଙ୍କ ଇସ୍ତଫା ଅନୁମୋଦିତ ହୋଇନି । ଶନିବାର ସେ ଜମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।

ଏହି ଇସ୍ତଫା ପତ୍ରକୁ ସେ ଫେସବୁକ ଓ ଟ୍ୱିଟରରେ ସେୟାର କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସକ୍ରିୟ ରାଜନୀତିରେ ଯୋଗଦେବେ । ସେଥିପାଇଁ ସେ ଆଇପିଏସ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ବୋଲି ବସନ୍ତ ଇସ୍ତଫା ପତ୍ରରେ ଲେଖିଛନ୍ତି ।

ଇସ୍ତଫା ଗ୍ରହଣ ହେବା ପରେ ବସନ୍ତ ବିଜେପିରେ ଯୋଗ ଦେବେ । ତା’ସହ ସେ କଶ୍ମୀରରୁ ନିର୍ବାଚନ ଲଢ଼ିବେ ବୋଲି ଟ୍ୱିଟରରେ ଲେଖିଛନ୍ତି । ତାଙ୍କ ଟି୍ୱଟରୁ ଜଣାପଡୁଛି ଯେ ସେ ୨୦୨୪ ନିର୍ବାଚନରେ ଲଢ଼ିବେ ।

Leave A Reply

Your email address will not be published.