Latest Odisha News

BREAKING NEWS

ଏସିଆନ୍ ଗେମ୍ସ ୨୦୨୬: ଭାରତୀୟ ହକି ଅମ୍ପାୟାର ଗୁରିନ୍ଦର ସିଂଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ,ଜାପାନରୁ କରିଦିଆଯାଇଛି ବାହାର 

ନାଗୋୟା: ଭାରତୀୟ ମହିଳା ହକି ଟିମ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି ।  ଭାରତର ଜଣେ ଅମ୍ପାୟାରଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆସିବା ପରେ ତାଙ୍କୁ ଜାପାନରୁ ବାହାର କରିଦିଆଯାଇଛି। ଏହି ଅଭିଯୋଗ ହକି ଅମ୍ପାୟାର, ଟେକ୍ନିକାଲ୍ ଅଫିସିଆଲ୍ ଗୁରିନ୍ଦର ସିଂ ସଂଘାଙ୍କ ବିରୋଧରେ ଆସିଛି  । ତାଙ୍କ ବିରୋଧରେ ଏହି ମେଗା ଇଭେଣ୍ଟ ଚାଲିଥିବା ସମୟରେ ଯୌନ ନିର‌୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ହକି ଇଣ୍ଡିଆର ଜଣେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନାଗୋୟାରେ ରହୁଥିବା ସମୟରେ ସଂଘା ମଲେସିଆର ଜଣେ ମହିଳା ହକି ଅଫିସିଆଲ୍ ଏବଂ ଜଣେ ହୋଟେଲ୍ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ତାଙ୍କୁ ଜାପାନରୁ ଫେରାଇ ଦିଆଯାଇଛି । ହକି ଇଣ୍ଡିଆର ଜଣେ ଅଧିକାରୀ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

ହକି ଇଣ୍ଡିଆ ଅଧିକାରୀ କହିଛନ୍ତି, ମଲେସିଆର ଜଣେ ମହିଳା ଅଫିସିଆଲ୍ ଯୌନ ନିର‌୍ୟାତନାର ଅଭିଯୋଗ ଆଣିବା ପରେ ସଂଘାଙ୍କୁ ଘରକୁ ଫେରାଇ ଦିଆଯାଇଛି । ସେ ଦୁଇ ଦିନ ପୂର୍ବରୁ ଫେରିଆସିଛନ୍ତି । ଯଦି ରିପୋର୍ଟରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ନିଶ୍ଚିତ ଭାବେ ଅଭିଯୁକ୍ତ ଆମ୍ପାୟାରଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀ ପ୍ରମାଣିତ ହେଲେ କାହାକୁ ବି ଛଡ଼ାଯିବ ନାହିଁ । ସଂଘାଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପ୍ରଥମ ଘଟଣା ନୁହେଁ । ୨୦୨୫ ମସିହାରେ ରାଞ୍ଚିରେ ଆୟୋଜିତ ହକି ଇଣ୍ଡିଆ ଲିଗ୍ ସମୟରେ ଜଣେ ମହିଳା ଆମ୍ପାୟାର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହାପରେ ହକି ଇଣ୍ଡିଆ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା । କିନ୍ତୁ କମିଟିକୁ ତଦନ୍ତ ସମୟରେ ସଂଘାଙ୍କ ବିରୋଧରେ କୌଣସି  ପ୍ରମାଣ ମିଳିନଥିଲା । ବର୍ତ୍ତମାନ ଏହି ନୂତନ ମାମଲାରେ ଆଗକୁ କ’ଣ କାର‌୍ୟ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.