Latest Odisha News

BREAKING NEWS

When Cannabis Generates Anxiety: ମସ୍ତିଷ୍କରେ ପଡେ କି ପ୍ରଭାବ ?

ଆମେରିକା: ଲୋକଙ୍କ ମାନସିକତା, ନିଶାଦ୍ରବ୍ୟ ସେବନ ଦ୍ୱାରା ଟେନସନ ଦୂର ହୁଏ । ସେ ଗୁଟକାଠାରୁ ନେଇ ସିଗାରେଟ୍ କି ଆଲକହଲ୍ ଅବା ଗଞ୍ଜେଇ, ସବୁ ଆମ ଶରୀର ପାଇଁ ବରଂ ମାରାତ୍ମକ । ଚିନ୍ତାଗ୍ରସ୍ତ ଥିଲେ ନିଶା ସେବନ କରିବା ଘାତକ ସାବ୍ୟସ୍ତ ହୋଇପାରେ । ଆପଣଙ୍କ ମସ୍ତିଷ୍କକୁ ସବୁଦିନ ପାଇଁ କାମ କରିବା ବନ୍ଦ କରିପାରେ । ଆମେରିକାରେ ଏମିତି ଏକ ଅଧ୍ୟୟନରୁ ଏକଥା ସ୍ପଷ୍ଟ ହୋଇଛି । ପ୍ରଥମ ଥର ପାଇଁ ନର୍ଥ-ୱେଷ୍ଟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ମଣିଷ ମସ୍ତିଷ୍କରେ ଏପରି ଏକ ସ୍ନାୟୁକୋଷ ଚିହ୍ନଟ କରିଛନ୍ତି ଯାହା କାନାବିନୋଇଡ ଔଷଧର ସଂସ୍କର୍ଶରେ ଆସିଲେ ବିଶେଷ କରି ଚାପରେ ଥିବା ବ୍ୟକ୍ତିଙ୍କ ଦେହରେ ଉଦବେଗ ସୃଷ୍ଟିି କରିବାରେ ଗୁରୁତ୍ୱପୂଣ୍ଣ ର୍ ଭୂମିକା ଗ୍ରହଣ କରେ । କାନାବିନଏଡ ଗୁଡିକ ହେଉଛି ଏକ ପ୍ରକାର ପଦାର୍ଥ ଯେଉଁଥିରେ ଟିଏଚସି ଅନ୍ତର୍ଭୂକ୍ତ । ଟିଏଚସି ହେଉଛି ଗଂଜେଇର ମୁଖ୍ୟ ମାନସିକ ପ୍ରଭାବ ପକାଉଥିବା ଉପାଦାନ । ମୂଷାକୁ ନେଇ ଏହି ଅଧ୍ୟୟନ କରିଥିଲେ ବୈଜ୍ଞାନିକ । ଶିଆଳ ପରିସ୍ରାର ଭୟଙ୍କର ଗନ୍ଧ ସଂସ୍ପର୍ଶରେ ଆସିବା ପୂର୍ବରୁ ମୂଷାମାନଙ୍କୁ ସିନ୍ଥେଟିକ୍ କାନାବିନୋଇଡ୍ ଔଷଧ ଦିଆଯ।।ଇଥିଲା । ଏହାପରେ ମୂଷା ମାନଙ୍କ ମଧ୍ୟରେ ସ୍ଥିରତା ଦେଖାଦେଲା । ସେମାନେ ସେ ଗନ୍ଧ ପଛରେ ଦୌଡିବା ଛାଡି ସ୍ଥିର ହେବାରେ ଲାଗିଲେ । ବୈଜ୍ଞାନିକ ଜାଣିବାକୁ ପାଇଲେ ଯେ ଏହି ଉଦବେଗପୂର୍ଣ୍ଣ ଆଚରଣ ମସ୍ତିକରେ ଥିବା ସେଂଟ୍ରାଲ ଆମିଗଡାଲାର ଯାହା ଚାପର ପ୍ରକ୍ରିୟାକରଣ କରେ । ବୈଜ୍ଞାନିକମାନଙ୍କର ପ୍ରକୃତ ଅଧ୍ୟୟନ ଥିଲା ମସ୍ତିଷ୍କରେ ଏକ କ୍ଷୁଦ୍ର ସ୍ନାୟୁ କୋଷ ସୋମାଟୋସଟେନ୍ । ଯେତେବେଳେ ଏହାକୁ ଜିନଗତ୍ ଭାବେ ନିଷ୍କ୍ରିୟ କରାଗଲା ଔଷଧ ପ୍ରୟୋଗ କରାଯାଇଥିବା ମୂଷା ଗୁଡିକ ଶୀକାରୀ ଗନ୍ଧକୁ ଏଡାଇ ପାରିଲେ ନାହିଁ । ଏହି ଅଧ୍ୟୟନର ଫଳାଫଳ ଏହା ଯେ ଯଦି ଲୋକମାନେ ଅଧିକ ଗଂଜେଇ ସେବନ କରନ୍ତି ତେବେ ଏକ ଭଲ ସମୟ ଖୁବଶୀଘ୍ର ଖରାପ ହୋଇପାରେ । କିମ୍ବା ଯଦି ସମ୍ପୃକ୍ତ ବ୍ୟକ୍ତି ଯେଉଁ ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ସଙ୍ଗେ ସଙ୍ଗେ ଚାପପୂର୍ଣ୍ଣ ହୋଇଯିବେ ବୋଲି ଅଧ୍ୟକ୍ଷ ଡକ୍ଟର ସଚିନ ପଟେଲ କହିଛନ୍ତି । ଏହି ଅଧ୍ୟୟନଟି ନେଚର କମ୍ୟୁନିକେସନସରେ ପ୍ରକାଶିତ ହୋଇଛି । ପଟେଲ୍ ଏବଂ ତାଙ୍କ ସହକର୍ମୀ ମୂଷାଙ୍କୁ ଅନେକ ଥର ଡୋଜ୍ ଦେଇ ଏକକାଳୀନ ମସ୍ତିଷ୍କ କାର୍ଯ୍ୟକଳାପକୁ ରେକର୍ଡ କଲେ । ତାପରେ ମୂଷାଙ୍କ ମସ୍ତିଷ୍କରେ ଛୋଟ ମାଇକ୍ରୋସ୍କୋପ୍ ରୋପଣ କଲେ । ଏହାପରେ ମସ୍ତିଷ୍କରେ ଟିସୁ ପରୀକ୍ଷା ମଧ୍ୟ କରିଥିଲେ । ଜାଣିବାକୁ ପାଇଲେ ଯେ କାନାବିନୋଏଡ ମେଡିସିନ୍ ସୋମାଟୋସଟାଟିମ୍ ସ୍ନାୟୁକୋଷକୁ ଦୁର୍ବଳ କରିଦେଉଛି । କାନାବିନୋଏଡର ଅଧିକ ମାତ୍ରା ତାସହ ଚାପ ମିଶିଗଲେ ଅଧିକ ଚିନ୍ତା ବ ଉଦବେଗ ସୃଷ୍ଟି ହେଉଛି । ନିକଟର ଆମେରିକାରେ ଗଂଜେଇ ବ୍ୟବହାରର ମାତ୍ରା ବଢିଥିବାରୁ ସାଧାରଣଲୋକଙ୍କୁ ଏହି ସମ୍ପର୍କରେ ସଚେତନ କରାଇବାକୁ ଏହି ଅଧ୍ୟୟନ କରାଯାଇଥିଲା ।

Leave A Reply

Your email address will not be published.