Latest Odisha News

BREAKING NEWS

ଇଣ୍ଡିଆନ୍ ଆଇଡଲ୍ ୧୨ର ବିଜେତା ପବନଦୀପ ରାଜନଙ୍କ କାର ଦୁର୍ଘଟଣା… 

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ବିଜେତା ତଥା ଗାୟକ ପବନଦୀପ ରାଜନ୍ ସୋମବାର ଭୋର ୩:୪୦ ସମୟରେ ଆମରୋହାରେ ଏକ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଗାୟକଙ୍କର ଏକ ଭିଡିଓ ପ୍ରକାଶ ପାଇଛି। ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଥିବା ଏବଂ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଆଘାତ ଲାଗିଛି। ଏହି ଖବର ପରେ ଫ୍ୟାନ୍ସ ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ଛନ୍ତି ଏବଂ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

ତେବେ ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଦୁର୍ଘଟଣାରେ ପବନଦୀପ ରାଜନଙ୍କ କାର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Comments are closed.