ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଆମେରିକାର ଏକ ସାମରିକ ବିମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଅମୃତସରରେ ଅବତରଣ କରିଛି।
କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଦେଖାଯାଉଛି ଯେ, ବିମାନରୁ ଓହ୍ଲାଇଲା ବେଳେ ପ୍ରବାସୀଙ୍କ ହାତରେ ହାତକଡ଼ି ଏବଂ ଗୋଡରେ ଶିକୁଳି ବନ୍ଧା ହୋଇଛି। ଏହି ଫଟୋଟି ଖୁବଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
ଆମେରିକାର ଏହି ବିମାନଟି ଟେକ୍ସାସର ସାନ ଆଣ୍ଟୋନିଓରୁ ଉଡ଼ାଣ ଆରମ୍ଭ କରି ପଞ୍ଜାବର ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।
ଏହା ଉପରେ କଂଗ୍ରେସ ନେତା ପବନ ଖେରା କହିଛନ୍ତି ଯେ ଆମେରିକାରୁ ବାହାର କରାଯାଉଥିବା ସମୟରେ ଭାରତୀୟମାନଙ୍କୁ ହାତକଡ଼ି ପିନ୍ଧାଯାଉଥିବା ଏବଂ ଅପମାନିତ କରାଯାଉଥିବାର ଦୃଶ୍ୟ ଦେଖିବା ଜଣେ ଭାରତୀୟ ଭାବରେ ଅତ୍ୟନ୍ତ ଦୁଃଖଦାୟକ ଅଟେ।
ତେବେ ପିଆଇବି ଭାଇରାଲ୍ ହୋଇଥିବା ଫଟୋର ଯାଞ୍ଚ କରୁଛି ଓ ନିର୍ବାସିତ ସମୟରେ ଅବୈଧ ଭାରତୀୟ ପ୍ରବାସୀମାନଙ୍କୁ ହାତକଡ଼ି ଏବଂ ଶିକୁଳିରେ ବାନ୍ଧି ରଖାଯାଇଥିବା ଖବର ସମ୍ପୂର୍ଣ୍ଣ ମିଛ। ଫଟୋଟି ଜାନୁଆରୀ ୩୦ ତାରିଖର ବୋଲି ଜଣାପଡିଛି। ତେବେ ଫଟୋଟି ଆମେରିକାରୁ ଗୁଆଟେମାଲାକୁ ନିର୍ବାସିତ ହୋଇଥିବା ପ୍ରବାସୀଙ୍କ ବୋଲି କୁହାଯାଇଛି।
Comments are closed.