Latest Odisha News

BREAKING NEWS

ହଜିଯାଇଥିଲା ପାସ୍‌ପୋର୍ଟ, ୧୬ବର୍ଷ ପରେ ଘରକୁ ଫେରିଲେ !

ତେଲେଙ୍ଗାନା: କାମ ପାଇଁ ଭିଟାମାଟି ଛାଡିଥିଲେ । ଭାବିଥିଲେ ବିଦେଶରେ ଦି ପଇସା ଆୟ କରି ଘର ପରିବାର ଚଳେଇବେ । ହେଲେ ପରିବାର କଥା ଛାଡନ୍ତୁ ୧୬ ବର୍ଷ ଧରି ଖୋଦ ନିଜେ ଘରକୁ ଫେରିପାରିନଥିଲେ । ଇଛା ବିରୋଧରେ ବିଦେଶରେ ଫସିରହିଥିଲେ ।
ହେଲେ ଶେଷରେ ନିଜ ଘରକୁ ଫେରିଛନ୍ତି ହାଇଦ୍ରାବାଦର ଜଣେ ୪୮ ବର୍ଷୀୟ ଭାରତୀୟ ।

ତେଲେଙ୍ଗାନା ଚିନ୍ତାମାନପଲ୍ଲୀର ନୀଲା ୟେଲିଆହ । ୨୦୦୪ରେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ପହଂଚିଥିଲେ । ହେଲେ ତାଙ୍କ ଅଜାଣତରେ ପାସପୋର୍ଟଟି କେଉଁଠି ହଜିଯାଇଥିଲା । ଫଳରେ ଛୋଟମୋଟ କାମ କରି ସେ ନିଜ ଇଛା ବିରୋଧରେ ଦୁବାଇରେ ରହିବାକୁ ବାଧ୍ୟ ହୋଇଥିଲେ । ଏପରିକି ସେ ନିଜ ସ୍ମୃତିଶକ୍ତି ହରାଇବା ସହ ମାନସିକ ଭାବେ ରୁଗ୍‌ଣ ହୋଇପଡିଥିଲେ । ଅନ୍ୟପଟେ ୟେଲିଆହଙ୍କ ପରିବାର ଲୋକେ କିନ୍ତୁ ଆଶା ଛାଡିନଥିଲେ । ୟେଲିଆହଙ୍କ ଭଣଜା କାମ କରିବା ପାଇଁ ଶାରଜାହ ଯାଇଥିଲାବେଳେ ତାଙ୍କୁ ଠାବ କରିଥିଲା । ତେବେ କୌଣସି କାଗଜପତ୍ର ନଥିବାରୁ ତାଙ୍କୁ ଭାରତ ଆଣିବା ସମ୍ଭବପର ହୋଇନଥିଲା ।

ରୂପେଶ ମେହେଟ୍ଟା ନାମକ ଜଣେ ସ୍ୱେଛାସେବୀ ଏ ବିଷୟରେ ଜାଣିବାପରେ ୟେଲିଆହଙ୍କ ପାଇଁ ଅସ୍ଥାୟୀ ପାସପୋର୍ଟର ବ୍ୟବସ୍ଥା କରିଥିଲେ । ସବୁ କାଗଜପତ୍ର ଠିକ ଥିଲେ ବି ଭିସା ନ ଥାଇ ଦୁବାଇରେ ୧୬ ବର୍ଷ ରହିଥିବାରୁ ୟେଲିଆହଙ୍କୁ ପ୍ରାୟ ୨୯ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଥିଲା ।

ଶେଷରେ କିଛି ପ୍ରବାସୀ ଭାରତୀୟ ଓ ଭାରତୀୟ ଦୂତାବାସର ହସ୍ତକ୍ଷେପ ପରେ ୟେଲିଆହଙ୍କୁ ଭାରତ ଫେରିବା ଲାଗି ଅନୁମତି ମିଳିଥିଲା । ହାଇଦ୍ରାବାଦ ପହଂଚିବା ପରେ ସ୍ତ୍ରୀ ନୀଲା ରାଜାୱାକୁ ସେ ଭେଟିବା ପରେ ଭାବବିହ୍ୱଳ ହୋଇପଡିଥିଲେ । ଆନୁଷ୍ଠାନିକ ବଦଳରେ ଘରୋଇ କ୍ୱାରେଣ୍ଟାଇନରେ ରହିବାକୁ ତାଙ୍କୁ ଅନୁମତି ମିଳିଛି ।

Leave A Reply

Your email address will not be published.