Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୭୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୨୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୩୨୭୮ ଜଣଙ୍କ ମଧ୍ୟରୁ ୫୧୧ ଜଣ ଖୋର୍ଦ୍ଧା, ୩୬୮ ଜଣ ଗଞ୍ଜାମରୁ, ୨୩୦ ଜଣ କଟକରୁ, ୧୯୫ ଜଣ ଯାଜପୁରରୁ, ୧୮୭ ରାୟଗଡାରୁ, ୧୮୫ ଜଣ ବରଗଡରୁ, ୧୨୪ ଜଣ ବାଲେଶ୍ୱରରୁ, ୧୨୨ ଜଣ ପୁରୀରୁ, ୧୨୧ ଜଣ ନୟାଗଡରୁ, ୧୧୭ ଜଣ ମାଲକାନଗିରିରୁ, ୧୧୭ ଜଣ ମୟୁରଭଞ୍ଜରୁ, ୧୦୭ ଜଣ କୋରାପୁଟରୁ, ୧୦୪ ଜଣ ସୁନ୍ଦରଗଡରୁ, ୯୮ ଜଣ ଭଦ୍ରକରୁ, ୮୯ ଜଣ ଝାରସୁଗୁଡାରୁ, ୮୮ ଜଣ କନ୍ଧମାଳରୁ, ୭୭ ଜଣ ଜଗତସିଂହପୁରରୁ, ୬୯ ଜଣ କେନ୍ଦୁଝରରୁ, ୬୭ ଜଣ ସମ୍ବଲପୁରରୁ, ୬୬ ଜଣ ଢେଙ୍କାନାଳରୁ, ୪୭ ଜଣ ନବରଙ୍ଗପୁରରୁ, ୪୩ ଜଣ ଗଜପତିରୁ, ୩୫ ଜଣ କେନ୍ଦ୍ରାପଡାରୁ, ୨୫ ଜଣ ନୂଆପଡାରୁ, ୨୪ ଜଣ ବଲାଙ୍ଗିରରୁ, ୮ ଜଣ ବୌଦ୍ଧରୁ, ୨୩ ଜଣ ସୋନପୁର, ୨ ଅନୁଗୁଳ, ୫ ଜଣ ଦେବଗଡ ଓ କଳାହାଣ୍ଡିରୁ ୨୪ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୧୩,୪୧୧ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୮୭,୩୫୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୫୨୨ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.