Latest Odisha News

BREAKING NEWS

‘ଆଇଏନଏସ୍ ଚିଲିକା’ରେ ‘ନାବିକ’ ପଦବୀ ଲାଗି ଭାରତୀୟ ନୌସେନାର ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ନେଭି ଏଣ୍ଟ୍ରାନ୍ସ ଟେଷ୍ଟ’ (ଆଇଏନଇଟି) ତଥା ନୌସେନାରେ ନାବିକ ପଦବୀ ଲାଗି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାନେଇ ମଙ୍ଗଳବାର ଦିନ ଭାରତୀୟ ନୌସେନା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡ଼ିଶାର ‘ଆଇଏନଏସ ଚିଲିକା’ରେ ତାଲିମ ଦିଆଯିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ନାବିକ ପଦବୀ ଲାଗି ଯୋଗ୍ୟତା:

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଏହି ନିଯୁକ୍ତି ସୂଚନା ଅନୁଯାୟୀ, ଆବେଦନ କରିବାକୁ ଥିବା ସମସ୍ତ ପ୍ରାର୍ଥୀ ଅବିବାହିତ ହୋଇଥିବା ଆବଶ୍ୟକ, ଏଥିସହିତ ସେମାନେ ଏପ୍ରିଲ ୧ ତାରିଖ ୨୦୦୦ ମସିହାରୁ ୨୦୦୩ ମାର୍ଚ୍ଚ ୩୦ ସୁଦ୍ଧା ହୋଇଥିବା ଜରୁରୀ ।

ସମସ୍ତ ପ୍ରାର୍ଥୀମାନେ ମ୍ୟାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ । ଏହି ମ୍ୟାଟ୍ରିକୁଲେସନ ଶିକ୍ଷାଗତ ଯୋଗ୍ୟତା ଥିବା ସମସ୍ତ ପ୍ରାର୍ଥୀମାନେ ଭାରତୀୟ ନୌସେନାରେ ସେଫ୍, ଷ୍ଟିୱାର୍ଡ଼ ଏବଂ ହାଇଜିନିଷ୍ଟ ପଦବୀରେ ନିଯୁକ୍ତ ହେବେ ।

ଏହି ପଦବୀ ଲାଗି କେତୋଟି ପଦବୀ ରହିଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

କିପରି ଆବେଦନ କରିବେ:

ଭାରତୀୟ ନୌସେନାର ଏହି ପଦବୀ ଲାଗି ପ୍ରାର୍ଥୀମାନେ ୱେବସାଇଟରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଅନଲାଇନରେ ପଞ୍ଜିକରଣ କରିବା ପରେ, ଅନଲାଇନରେ ପ୍ରାର୍ଥୀଙ୍କୁ ନିଜର ବ୍ୟକ୍ତିଗତ ବିବରଣୀ, ଶିକ୍ଷାଗତ ଯୋଗ୍ୟତା ତଥା ଯୋଗାଯୋଗର ଠିକଣା ସମ୍ପର୍କୀତ ବିଭିନ୍ନ ବିବରଣୀ ଦେବାକୁ ପଡ଼ିବ । ଅନଲାଇନ ମାଧ୍ୟମରେ ପ୍ରାର୍ଥୀମାନେ ଏହା ସହିତ ସମସ୍ତ ଡ଼କୁମେଣ୍ଟର ନକଲକୁ ଅପଲୋଡ଼ କରିବା ଜରୁରୀ ।

ପ୍ରାର୍ଥୀ ଚୟନ ପ୍ରଣାଳୀ:

ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ପରବର୍ତ୍ତୀ ଚୟନ ପର୍ଯ୍ୟାୟ ଲାଗି ସୁଯୋଗ ମିଳିବ । ଏହି ପର୍ଯ୍ୟାୟରେ ଶାରୀରିକ ଫିଟନେସ ଏବଂ ପ୍ରାଥମିକ ଡ଼ାକ୍ତରୀ ପରୀକ୍ଷା ଅନ୍ତର୍ଭୁକ୍ତ ।

ଆଇଏନଏସ ଚିଲିକାରେ ଅନ୍ତିମ ପର୍ଯ୍ୟାୟ ଡ଼ାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ନୌସେନାରେ ସଫଳ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଲାଗି ସୁଯୋଗ ମିଳିପାରିବ । ଏଥିଲାଗି ତାଲିମ ଏପ୍ରିଲ୍ ୨୦୨୦ ମସିହାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.