Latest Odisha News

BREAKING NEWS

‘ଡ଼ିମଡ଼ ୟୁନିଭର୍ସିଟି’ ର‌୍ୟାଙ୍କିଂ: ଓଡ଼ିଶାରେ ‘ସୋଆ’ ୧ ନମ୍ବର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ରାଜ୍ୟର ୧ ନମ୍ବର ଶିକ୍ଷାନୁଷ୍ଠାନ । ନିକଟରେ ପ୍ରକାଶିତ ଆଉଟଲୁକ୍ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ଏହି ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ ।

ଦେଶର ଶ୍ରେଷ୍ଠ ୫୦ଟି ଡିମଡ ଟୁ ବି ୟୁନିଭର୍ସିଟି ମଧ୍ୟରେ ସୋଆ ୧୫ତମ ସ୍ଥାନ ହାସଲ କରିଛି । ‘ଆଉଟଲୁକ୍-ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ-୨୦୧୯’ରେ ଓଡ଼ିଶାର ନାମିଦାମୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ସୋଆ ୭୬.୮୦ ସ୍କୋର ହାସଲ କରିଛି ।

ପୂର୍ବରୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ୍) ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ଦେଶରେ ୨୪ ତମ ସ୍ଥାନ ହାସଲ କରିଥିଲା ସୋଆ ।

ଛାତ୍ର-ଅଧ୍ୟାପକଙ୍କ ଅନୁପାତ, ଅଧ୍ୟାପକଙ୍କ ପିଏଚ୍ଡି, ପେପର ପବ୍ଲିକେସନ୍ ହାର, ପେପର ପିଛା ସାଇଟେସନ୍ ଏବଂ ଇନକ୍ଲୁସିଭନେସ୍ ଓ ଡାଇଭରସିଟି ଭଳି ବିଭିନ୍ନ ମାନଦଣ୍ଡ ବିଶ୍ଳେଷଣ କରି ଏହି ର‌୍ୟାଙ୍କ ନିର୍ଦ୍ଧାରଣ କରାଯାଇଛି ।

Leave A Reply

Your email address will not be published.