Latest Odisha News

BREAKING NEWS

ଭାରତୀୟ ନୌସେନା ଦିବସ: ବାଲୁକା କଳାରେ ନୌସେନାର ଗାଥା ପ୍ରଦର୍ଶନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ‘ଭାରତୀୟ ନୌସେନା ଦିବସ’ ର ଭବ୍ୟ ଉତ୍ସବ । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଭାରତୀୟ ନୌସେନାର ଗାଥା ବାଲୁକା କଳା ମାଧ୍ୟ୍ୟମରେ ପ୍ରଦର୍ଶିତ କରିଛନ୍ତି ।

ସେ ତାଙ୍କ ବାଲୁକା କଳାରେ ‘ଇଣ୍ଡିଆନ ନ୍ୟାଭି: ଦ କ୍ରାଉନ ଜୁଏଲ’ର ବାର୍ତ୍ତା ଦେଇଛନ୍ତି ।

ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୨୦ ଫୁଟ୍ ଓସାର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ବ୍ଲୁଫ୍ଲାଗ୍ ବିଚ୍ ରେ ଅନୁଷ୍ଠିତ ହେବ ନୌସେନା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ, ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ତଥା ପରିକ୍ରମା ଦେଖାଇବେ ବୀର ଜବାନ୍ ମାନେ । ସମୁଦାୟ ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜନିଜର ଶକ୍ତି ପ୍ରଦର୍ଶନ କରିଵେ ।

Leave A Reply

Your email address will not be published.