Latest Odisha News

BREAKING NEWS

୨୪ ବର୍ଷ ପରେ ଯୁଦ୍ଧପୋତରେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ନୌସେନା ଏକ ଭିଡିଓ ଜାରି କରିଥିଲା। ଯେଉଁଥିରେ ଆଇଏନଏସ୍ ଶକ୍ତିରେ ପୋଷ୍ଟ ହୋଇଥିବା ଦୁଇ ମହିଳା ଅଧିକାରୀଙ୍କ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା।

ଏହି ଅବସରରେ ଦୁଇ ଜଣ ମହିଳା ଆଇଏନଏସ୍ ବିକ୍ରମାଦିତ୍ୟ ଓ ଅନ୍ୟ ୨ ମହିଳା ଆଇଏନଏସ୍ ଶକ୍ତିରେ ନିଯୁକ୍ତ ହୋଇଛନ୍ତି।

ସର୍ବପ୍ରଥମେ ୧୯୯୭ ରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ୍ ଜ୍ୟୋତିରେ ମହିଳାଙ୍କୁ ନିୟୋଜିତ କରାଯାଇଥିଲା ବୋଲି ନୌସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଆଇଏନଏସ୍ ବିକ୍ରମଦିତ୍ୟରେ ଜଣେ ମହିଳା ଲଜିଷ୍ଟିକ୍ ଅଧିକାରୀ ଏବଂ ଜଣେ ମହିଳା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଭାବେ ନିୟୋଜିତ ହୋଇଛନ୍ତି। ସେହିପରି ଫ୍ଲାଟ ଟ୍ୟାଙ୍କର୍, ଆଇଏନ୍ଏସ୍ ଶକ୍ତିରେ ଜଣେ ମହିଳା ଲଜିଷ୍ଟିକ୍ ଅଧିକାରୀ ଏବଂ ଜଣେ ମହିଳା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

Comments are closed.