ନୂଆଦିଲ୍ଲୀ: ଶତ୍ରୁର ଡ୍ରୋନକୁ ମାତ୍ ଦେବା ପାଇଁ ଭାରତୀୟ ନୌସେନା ଇସ୍ରାଏଲରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଛି । ଏହା ଆଣ୍ଟି ଡ୍ରୋନ୍ ଅସ୍ତ୍ର କମ୍ପ୍ୟୁଟରାଇଜିଡ୍ ଫାୟାର କଣ୍ଟ୍ରୋଲ ଓ ଇଲେକ୍ଟ୍ରୋ ଫାୟାର ଅପ୍ଟିକ୍ ସାଇଟ୍ ପ୍ରଣାଳୀରେ ପ୍ରସ୍ତୁତ ଏକ ଲେସ୍ । ଏହା ବନ୍ଧୁକ ଓ ରାଇଫଲ ଉପରେ ଫିଟ୍ କରାଯାଇପାରିବ । ଶତ୍ରୁର ଡ୍ରୋନ୍ ସହ ମୁକାବିଲା ପାଇଁ ସ୍ମାଶ-୨୦୦୦ ପ୍ଲସ କିଣାଯିବ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ ବାୟୁସେନା ମୁଖ୍ୟ । ଆସନ୍ତାବର୍ଷ ଆରମ୍ଭରୁ ସ୍ମାଶ-୨୦୦୦ ପ୍ଲସ ଫାୟାର କଣ୍ଟ୍ରୋଲ ସିଷ୍ଟମର ଡେଲିଭରୀ ହୋଇଯିବ ବୋଲି ଜଣାପଡ଼ିଛି ।
ଇସ୍ରାଏଲ ଡିଫେନ୍ସ ୱେବସାଇଟ୍ ଅନୁସାରେ ଏଥିରେ ଏକ କମ୍ପ୍ୟୁଟର କଣ୍ଟୋଲ ରହିଥାଏ, ଯାହା ଫାୟାର କଣ୍ଟ୍ରୋଲ କରିଥାଏ । ଏହାର ଟାର୍ଗେଟ୍ ସଠିକ୍ ହୋଇଥାଏ, ସାମ୍ନାରେ ଆସୁଥିବା ଅବଜେକ୍ଟସକୁ ମାରି ଖସାଇ ଦେଇଥାଏ । ଏହା ମୁଭିଂ ଓ ଷ୍ଟିଲ, ଦୁଇଟି ଟାର୍ଗେଟକୁ ହିଟ୍ କରିପାରେ । ୧୨୦ ମିଟର ଉଚ୍ଚତାରେ ଉଡୁଥିବା ଡ୍ରୋନକୁ ଟାର୍ଗେଟ୍ କରିବାରେ ସକ୍ଷମ । ଦିନ ହେଉ କିମ୍ବା ରାତି କୌଣସି ବି ଛୋଟ ଡ୍ରୋନକୁ ମାରି ଖସାଇ ପାରିବ । ଏହି ସ୍ମାଶ-୨୦୦୦ ପ୍ଲସର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ।
Comments are closed.