Latest Odisha News

BREAKING NEWS

ଫୁଲବାଣୀରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଫୁଲବାଣୀରେ ମେଡିକାଲ କଲେଜ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି ରାଜ୍ଯ କ୍ୟାବିନେଟ। ସେହିପରି କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ମିଳିଛି। ଏହି ଦୁଇଟି ପ୍ରକଳ୍ପ‌ ନିର୍ମାଣର ଠିକା ସପୁର୍ଜୀ ପାଲୋନଜୀ କମ୍ପାନୀକୁ ଦିଆଯାଇଛି।

୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଦୁଇଟି ପ୍ରକଳ୍ପ। ୩ବର୍ଷ ଭିତରେ କାମ ଶେଷ ହେବ। ଏହା ବ୍ୟତୀତ ବରଗଡ଼ ଜିଲ୍ଲାର ଦୁଇଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟ‌ କ୍ୟାବିନେଟ୍। ଏହି ଯୋଜନାରେ ୨ଟି ବ୍ଲକର ୧୬୬ ଗାଁ ଉପକୃତ ହେବେ। ଏହାସହ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଅର୍ଥ, ଜଳ ସମ୍ପଦ, ପୂର୍ତ୍ତ, ଗୃହ ବିଭାଗର ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Leave A Reply

Your email address will not be published.