Latest Odisha News

BREAKING NEWS

ଜାହାଜରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ; ୫ ବିଦେଶୀ ନାଗରିକ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବିପୁଳ ପରିମାଣର ଡ୍ରଗ୍ସ  ଜବତ କରିଛି । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମିଳିତ ଭାବେ ଏହି ଅପରେସନ୍ କରିଥିଲେ । ବିଭିନ୍ନ ପ୍ରକାରର ୩୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଏହି ଘଟଣାରେ ୫ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏହାପୂର୍ବରୁ  ଗୁଜୁରାଟର ମୁଦ୍ନା ବନ୍ଦରରୁ ୩୦୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା ।

ସୂଚନା ଅନୁସାରେ,  ଜବତ ହୋଇଥିବା ୩୩୦୦ କିଲୋଗ୍ରାମ ଡ୍ରଗ୍ସରୁ ୩୦୮୯ କିଲୋଗ୍ରାମ ଚରମ ରହିଛି । ୧୫୮ କିଲୋଗ୍ରାମ ମିଥାମଫେଟାମାଇନ୍ ଏବଂ ୨୫ କିଲୋ ମର୍ଫାଇନ୍ ଅଛି । ଏହି ଘଟଣାରେ ଗିରଫ ହୋଇଥିବା  ବିଦେଶୀମାନେ ପାକିସ୍ତାନର ବୋଲି କୁହାଯାଉଛି ।

ଜବତ ହୋଇଥିବା ଡ୍ରଗ୍ସ ଇରାନରୁ ଅଣାଯାଉଥିବା ନେଇ ସୂଚନା ମିଳିବା ପରେ  ଭାରତୀୟ ନୌସେନା  ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମିଳିତ ଭାବେ ଚଢ଼ଉ କରିଥିଲେ ।  ଯାଞ୍ଚ ସମୟରେ ଜାହାଜରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା । ଏଥିସହ ଜାହାଜରେ ଥିବା ୫ ଜଣ କ୍ରୁ ସଦସ୍ୟଙ୍କୁ ଧରାଯାଇଛି ।

Leave A Reply

Your email address will not be published.