Latest Odisha News

BREAKING NEWS

ମଣିପୁରରେ ହିଂସା: ପୁଲିସକର୍ମୀଙ୍କୁ ଅପହରଣ

ମଣିପୁର: ମଣିପୁରରେ ପୁଣି ଦେଖାଦେଇଛି ଉତ୍ତେଜନା । ଘରୁ ପୋଲିସ କର୍ମୀଙ୍କୁ ଅପହରଣ । ଉଦ୍ଧାର କଲା ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିବା ସହ କଡ଼ା ପ୍ରହରା ଦେଉଛନ୍ତି । ମେଇତି ସଙ୍ଗଠନ ଅରମବାଇ ତେଙ୍ଗେଗାଲର ଏକ କର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପୁଲିସର ଏକ ବରିଷ୍ଠ ଅଧିକାରୀଙ୍କୁ ତାଙ୍କ ବାସଭବନରୁ ଅପହରଣ କରାଯାଇଥିଲା ।ଘଟଣା ଘଟିବା ପରେ ଆସାମ ରାଇଫଲ୍ସର ୪ଟି କଣ୍ଟିଜେଣ୍ଟ ଇମ୍ଫାଲ ଇଷ୍ଟରେ ନିୟୋଜିତ ହୋଇଥିବା ସୂଚନା ରହିଛି ।

ଅଧିକାରୀ କହିଛନ୍ତି ମଣିପୁର ପୋଲିସର ଅପରେସନ ଶାଖାରେ ପୋଷ୍ଟ କରାଯାଇଥିବା ଅତିରିକ୍ତ ପୋଲିସ ଅଧୀକ୍ଷକ ଅମିତ କୁମାରଙ୍କୁ ପୋଲିସ ଏବଂ ସୁରକ୍ଷାବାହିନୀର ତୁରନ୍ତ କାର୍ଯ୍ୟନୁଷ୍ଠାନ ପରେ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ରାତି ପ୍ରାୟ ୭ଟା ସମୟରେ ଇମ୍ଫାଲ ପୂର୍ବର ୱାଙ୍ଗଖାଇରେ ଅରମବାଇ ଟେଙ୍ଗଗୋଲର କାରର୍ଯ୍ୟକର୍ତ୍ତାମାନେ କୁମାରଙ୍କ ଘରେ ଆକ୍ରମଣ କରିଥିଲେ । ଅଧିକାରୀ କହିଛନ୍ତି ଯେ ଗୁଳିଚଳାଇବାର କାରଣ ଥିଲା କି ଗାଡି ଚୋରାଇବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଥିଲା ।

ଗିରଫ ପରେ ମୈଇତି ମହିଳା ଗୋଷ୍ଠୀ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିବା ସହ ତାଙ୍କୁ ଛାଡିଦେବାକୁ ଦାବି କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଆକ୍ରମଣରେ ଅରମ୍ବାଇ ଟେଙ୍ଗଗୋଲ ସହ ଜଡିତ ଥିବା କର୍ଯ୍ୟକର୍ତ୍ତାମାନେ ଗୋଟିଏ ଘରେ ଭଙ୍ଗାରୁଜା କରିବା ସହ ଗୁଳିରେ ଅତି କମରେ ଚାରିଟି ଗାଡ଼ି ନଷ୍ଟ ହୋଇଥିବା ସେ କହିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ଅରମ୍ବାଇ ଟେଙ୍ଗଗୋଲ ସହ ଜଡିତ ଥିବା ସଶସ୍ତ୍ର କାର୍ଯ୍ୟକର୍ତ୍ତାମାନେ ଗୋଟିଏ ଘରେ ଭଙ୍ଗାରୁଜା କରିବା ସହ ଗୁଳିରେ ଅତି କମରେ ଚାରିଟି ଗାଡି ନଷ୍ଟ କରିଦେଇଥିଲେ ।

Leave A Reply

Your email address will not be published.