Latest Odisha News

BREAKING NEWS

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ; ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ଆରବ ସାଗରରେ ଭାରତୀୟ ନୌସେନା ଆଣ୍ଟି-ସିପ୍ ମିସାଇଲର ପରୀକ୍ଷଣ କରିଛି। ଆରବ ସାଗରରେ ନୌସେନାର ଯୁଦ୍ଧ ଜାହାଜରୁ  ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି। ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ବ୍ୟବସ୍ଥା ଏବଂ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ଏହି ପରୀକ୍ଷଣ କରାଯାଇଥିଲା। ନୌସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହି ଯୁଦ୍ଧାଭ୍ୟାସର କିଛି ଭିଡିଓ ଶେୟାର କରାଯାଇଛି।

ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଉଛି। ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି।

ନୌସେନା ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, “ଭାରତୀୟ ନୌସେନା ଜାହାଜଗୁଡ଼ିକ ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ କରିବା ପାଇଁ ପ୍ଲାଟଫର୍ମ, ସିଷ୍ଟମ ଏବଂ କ୍ରୁଙ୍କ ପ୍ରସ୍ତୁତିକୁ ପୁନଃପ୍ରମାଣିତ ଏବଂ ପ୍ରଦର୍ଶନ କରିବା ପାଇଁ ଅନେକ ସଫଳ ଆଣ୍ଟି-ସିପ୍ ଫାୟାରିଂ କରିଛନ୍ତି। ଭାରତୀୟ ନୌସେନା ଦେଶର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ, ବିଶ୍ୱସନୀୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ।”

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ଶକ୍ତି ପ୍ରଦର୍ଶନ କରାଯାଇଛି।

Comments are closed.