Latest Odisha News

ପାରାଦ୍ୱୀପ ବନ୍ଦରରେ ଭାରତୀୟ ଯୁଦ୍ଧଜାହାଜ; ନଭେମ୍ବର ୨୪ ଓ ୨୫ରେ ଦେଖିପାରିବେ ସର୍ବସାଧାରଣ !

ପାରାଦ୍ୱୀପ: ଭାରତୀୟ ନୌସେନାକୁ ବିଭିନ୍ନ ସମୟରେ ଗୌରବାନ୍ୱିତ କରିଥିବା ଦୁଇଟି ରଣତରୀ ବା ଯୁଦ୍ଧଜାହାଜ ଏବେ ପାରାଦ୍ୱୀପ ବନ୍ଦରରେ । ଯେଉଁ ଦୁଇଟି ଯୁଦ୍ଧଜାହାଜ ମାଧ୍ୟମରେ ପୂର୍ବରୁ ଭାରତ ପାକିସ୍ତାନକୁ ଆକ୍ରମଣ କରି ପରାସ୍ତ କରିପାରିଥିଲା ସେହି ଯୁଦ୍ଧ ଜାହାଜ ହେଉଛି ଆଇଏନଏସ ଐରାବତ ଏବଂ ଆଇଏନଏସ ରଣବୀର ।

ମିଳିଥିବା ସୂଚନାନୁଯାୟୀ, ନଭେମ୍ବରର ୨୪ ଓ ୨୫ରେ ଏହି ଦୁଇଟି ଯୁଦ୍ଧ ଜାହାଜକୁ ସାଧାରଣ ଲୋକ ଦେଖିବାର ସୁଯୋଗ ପାଇବେ । ୧୯୭୧ ଡିସେମ୍ବର ୫ ରେ ନୌସେନା ପାକିସ୍ତାନର କରାଚି ସହର ଉପରେ ଆକ୍ରମଣ କରି ବିଜୟ ହାସଲ କରିଥିଲା। ସେହି ଦିବସକୁ ବିଜୟ ଦିବସ ଭାବେ ପାଳନ କରାଯିବା ସହିତ ସାଧାରଣ ଲୋକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନୌସେନା ର କାର‌୍ୟ୍ୟ ଦକ୍ଷତା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି କାର‌୍ୟ୍ୟକ୍ରମ ଆୟୋଜିତ ହୋଇ ଆସୁଛି।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ଭଳି ‘ଡେ ଆର୍ଟ ସି’  କାର୍ଯ୍ୟକ୍ରମ ହେବ ନାହିଁ ।୨୪ ତାରିଖରେ ସ୍କୁଲ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ଏହାକୁ ଦେଖିବେ ଓ ୨୫ ତାରିଖରେ ସ୍ବତନ୍ତ୍ର ନିମନ୍ତ୍ରୀତ ଅତିଥି ଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ବୋଲି ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.