Latest Odisha News

BREAKING NEWS

ଡ଼ିସେମ୍ବର ୨ରୁ କଟକରେ ଅନୁଷ୍ଠିତ ହେବ ‘ ବିଗ୍ ବାଉଟ୍ ଇଣ୍ଡିଆନ୍ ବକ୍ସିଂ ଲିଗ୍’

କଟକ: ପ୍ରଥମଥର ଲାଗି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଗ୍ ବାଉଟ୍ ଇଣ୍ଡିଆନ ବକ୍ସିଂ ଲିଗ । ଏହି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଇତିମଧ୍ୟରେ ଇଣ୍ଡିଆନ ବକ୍ସିଂ ଫେଡ଼େରେସନ ପକ୍ଷରୁ ଏକ ଟିମ୍ ଷ୍ଟାଡ଼ିମୟ ପରିଦର୍ଶନ କରିଛନ୍ତି । ଗତକାଲି ଏହି ପରିଦର୍ଶନ ସମୟରେ ବୁଲି ଏହି ଷ୍ଟାଡ଼ିମୟର ଭିତ୍ତିଭୂମିରେ ସନ୍ତୋଷ ପ୍ରକାଶ କରିଛି ଏହି ଟିମ୍ । କଟକ ବ୍ୟତୀତ ଲୁଧିଆନା ଓ ଦିଲ୍ଲୀଠାରେ ମଧ୍ୟ ଏହି ପ୍ରତିଯୋଗିତା ଏକସମୟରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରତିଯୋଗିତାର ସମସ୍ତ ଲିଗ୍ ପ୍ରତିଦ୍ୱନ୍ଦ୍ୱିତା ଗୁଡ଼ିକ ଡ଼ିସେମ୍ବର ୨୧ରେ ଉଦଯାପିତ ହେବାକୁ ଥିବା ବେଳେ କଟକରେ ଡ଼ିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମ୍ୟାଚ ଅନୁଷ୍ଠିତ ହେବ ।

ଏହି ପ୍ରତିଯୋଗିତାରେ ୬ଟି ଫ୍ରାଞ୍ଚାଇଜ୍ ଟିମ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଦୁଇଟି କମ୍ପାନୀ ଏହି ପ୍ରତିଯୋଗିତାକୁ ପ୍ରାୟୋଜିତ କରୁଛନ୍ତି । ଏହି କମ୍ପାନୀ ଦୁଇଟି ହେଲେ – ପ୍ରସ୍ପୋର୍ଟିଫାଏ ଏବଂ ସ୍ପୋର୍ଟଜଲାଇଭ ।

ଏହି ମେଗା ବକ୍ସିଂ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ ବିଜେତା ମେରୀ କମ, ସୋନିଆ ଲାଥର, ଅମିତ ପୋଂଘାଲ ଏବଂ ମନୋଜ କୁମାର ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.