Latest Odisha News

BREAKING NEWS

ଚୀନ ବନ୍ଦ କଲା ଭାରତର ନ୍ୟୁଜ ଚ୍ୟାନେଲ, ୱେବସାଇଟ

ବେଜିଂ: ଭାରତ-ଚୀନ ସଂଘର୍ଷ କମିବାର ନାଁ ଧରୁ ନାହିଁ । ଭାରତ ଚୀନର ୫୯ ଆପ୍ ବନ୍ଦ କରିବା ପରେ ଡ୍ରାଗନ ବିଚଳିତ ହୋଇପଡିଛି । ଏହାର ପ୍ରତି ବଦଳରେ ଚୀନ ଭାରତର ନ୍ୟୁଜ ଚ୍ୟାନେଲ ଓ ୱେବସାଇଟକୁ ବନ୍ଦ କରିଛି । ଏବେ ଏହାକୁ ଦେଖିବା ପାଇଁ ଚୀନ ଲୋକଙ୍କୁ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କର ବ୍ୟବହାର କରିବାକୁ ପଡିବ । ଏହା ଘୋଷଣା କରିବା ସତ୍ୱେ ୨ ଦିନ ହେବ ଚୀନରେ ଭିପିଏନ ବି ବ୍ଲକ ରହିଛି ।

ଚୀନର ଜନୈକ ଡିପ୍ଲୋମାଟିକଙ୍କ ମତରେ ଏବେ ଆଇପି ଟିଭି ମାଧ୍ୟମରେ ଏହାକୁ ଦେଖାଯାଇ ପାରିବ । ଚୀନର ବିସ୍ତାରବାଦୀ ନୀତି ଏବଂ ଜୋର ଜବରଦସ୍ତ ପଡୋଶୀ ଦେଶର ଜାଗା ଉପରେ ଅଧିକାର ସାବ୍ୟସ୍ତ କରିବା ନେଇ ଏବେ ଏକଘରିଆ ହୋଇଯାଇଛି । କରୋନା ମହାମାରୀ ଧିରେ ଧିରେ ସବୁ ପଡୋଶୀ ଏକତ୍ର ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.