Latest Odisha News

BREAKING NEWS

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ, କୋଚିଂ ଅନୁଷ୍ଠା ବନ୍ଦ ରହିବ । ତେବେ ଶୈକ୍ଷିକ ଅନୁଷ୍ଠାନରେ ପରୀକ୍ଷା ହୋଇପାରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେହିପରି ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ୍ ଜାରି ରହିବ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଛଡ଼ା ଆଉ କିଛିକୁ ଅନୁମତି ନାହିଁ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଧାର୍ମିକ ଅନୁଷ୍ଠାନ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ବନ୍ଦ ରହିବ । ସଭା ସମିତି ହୋଇପାରିବ ନାହିଁ । ରେଷ୍ଟୁରାଣ୍ଟ ଓ ହୋଟେଲ ଡେଲିଭରି ଦେଇପାରିବେ । ସପିଂ ମଲ୍ ଖୋଲିବା ନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ । ଜନଗହଳି ଉପରେ କଟକଣା ରହିବ । ୭ରୁ ଅଧିକ ଲୋକଙ୍କୁ ଏକାଠି ହୋଇପାରିବେ ନାହିଁ । ବିବାହ ଭୋଜିରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ ରହିଛି । ଅଜଣା ଶତ୍ରୁ ସହ ଏହା ଏକ ଲମ୍ବା ଯୁଦ୍ଧ । ସାଢ଼େ ୮ ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ପ୍ରବାସୀଙ୍କ ଆଗମନ ସଂଖ୍ୟା କମିଥିବାରୁ ସ୍ଥିତି ଦେଖି କ୍ୱାରେଣ୍ଟାଇନ୍ ସେଣ୍ଟର ବନ୍ଦ ହେବ । ଯିଏ ବି ବାହାରୁ ଆସିବେ କ୍ଲଷ୍ଟର କ୍ୱାରେଣ୍ଟାଇନରେ ରହିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.