Latest Odisha News

BREAKING NEWS

ଭାରତକୁ ଋଷର ଉପହାର, ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କଲା ଏହି ସ୍ୱତନ୍ତ୍ର ସୁବିଧା

ମସ୍କୋ: ଭାରତର ବନ୍ଧୁ ଦେଶ ଋଷ, ଭାରତୀୟମାନଙ୍କୁ ଏକ ବଡ ଉପହାର ଦେଇଛି । ଋଷ ତାର ଆର୍ଥିକ ସଂସ୍ଥା ତଥା ବ୍ୟାଙ୍କ ଗୁଡିକରେ ଭାରତୀୟ ମାନଙ୍କୁ ଆକାଉଣ୍ଟ ଖୋଲିବାର ନିୟମକୁ କୋହଳ କରିଛି । ରୁଷ ସରକାରଙ୍କର ଏହି ନିଷ୍ପତ୍ତି ପରେ ଭାରତୀୟମାନେ ସହଜରେ ରୁଷରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ଏହା ଦ୍ବାରା ଋଷକୁ ଯାଉଥିବା ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀମାନେ ସିଧାସଳଖ ଉପକୃତ ହେବେ ।

ଭାରତରେ ଥିବା ରୁଷ ଦୂତାବାସ ଦ୍ୱାରା ଏ ବିଷୟରେ ଏକ ପୋଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛିଯେ, ଆମେ ଏହା ଘୋଷଣା କରି ଖୁସି ହେଉଛୁ ଯେ, ଋଷ ତାର ଆର୍ଥିକ ସଂସ୍ଥା ଓ ବ୍ୟାଙ୍କ ଗୁଡିକରେ ଆକାଉଣ୍ଟ ଖୋଲିବା ପାଇଁ ଭାରତୀୟ ମାନଙ୍କ ପାଇଁ ନିୟମକୁ କୋହଳ କରିଦେଇଛି । ଏହା ଦ୍ବାରା ଅତି ସହଜରେ ଋଷର ବ୍ୟାଙ୍କରେ ଆକାଉଣ୍ଟ ସହଜରେ ଖୋଲାଯାଇପାରିବ ଏବଂ ଅପହଞ୍ଚ ଅଞ୍ଚଳରେ ଥାଇ ମଧ୍ୟ ଟଙ୍କା ଜମା କରାଯାଇପାରିବ ।

ତେବେ ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀ ଭ୍ରମଣ ଓ ଅଧ୍ୟୟନ ପାଇଁ ଋଷକୁ ଯାଉଛନ୍ତି । ଋଷ ପକ୍ଷରୁ ଭାରତୀୟମାନଙ୍କୁ ଇ-ଭିସା ସୁବିଧା ଯୋଗାଇ ଦିଆଯାଉଛି । ଯେଉଁ କାରଣରୁ ନିକଟ ଅତୀତରେ ସେଠାକୁ ଯାଉଥିବା ଭାରତୀୟଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏଥି ସହିତ ଭାରତର ହଜାର ହଜାର ଛାତ୍ରଛାତ୍ରୀ ଋଷକୁ ପଢିବାକୁ ଯାଆନ୍ତି । ତେବେ ଅଧିକ ଛାତ୍ର ମେଡିକାଲ ପଢିବାକୁ ଋଷକୁ ଯାଉଛନ୍ତି, କାରଣ ମେଡକାଲ କ୍ଷେତ୍ରରେ ଋଷର ବିଶ୍ୱ ବିଦ୍ୟାଳୟଗୁଡିକର ମାନ୍ୟତା ବିଶ୍ୱ ସ୍ତରରେ ଯଥେଷ୍ଟ ଭଲ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖିି ଭାରତୀୟଙ୍କ ପାଇଁ ଏହି ସୁବିଧା କରିଛି ଋଷ ।

Leave A Reply

Your email address will not be published.