Latest Odisha News

BREAKING NEWS

ବେଆଇନ ବାଣ ଗୋଦାମରେ ରେଡ୍‌: ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବାଲେଶ୍ୱର: ଅବାଧରେ ଚାଲିଛି ବାଣ ବେପାର। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ଆଗକୁ ଦୀପାବଳି ଥିବାରୁ ବେଆଇନ ବାଣ ବ୍ୟବସାୟ ଏବେ ବଢିଚାଲିଛି। ଆଜି ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଛି। ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ କଲା ଜଳେଶ୍ବର ପୋଲିସ। ଜଳେଶ୍ବର ଥାନା ଶାଳିକୋଠା ଗାଁରେ ହୋଇଥିଲା ଚଢାଉ।

ସୂଚନା ଅନୁସାରେ ଶାଳିକୋଠା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ବାଣ ପ୍ରସ୍ତୁତ କରି ବିକ୍ରି କରିଆସୁଥିଲେ ବ୍ୟବସାୟୀ। ଆଗକୁ ଦୀପାବଳି ଥିବାରୁ ବିପୁଳ ପରିମାଣରେ ବାଣ ପ୍ରସ୍ତୁତ କରି ଗଚ୍ଛିତ ରଖାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସର ଏକ ଟିମ ଶାଳିକୋଠା ଗାଁର ତିନୋଟି ସ୍ଥାନରେ ଚଢଉ କରିଥିଲା।

ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଗାଁର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଏକାସାଙ୍ଗରେ ଏହି ଚଢଉ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ପ୍ରଫୁଲ୍ଲ ବେହେରା ଏବଂ ବୁଲିଆ ଖଟୁଆ। ଜବତ ହୋଇଥିବା ବାଣର ମୂଲ୍ୟ ଖୋଲା ବଜାରରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅଧିକାରୀ କହିଛନ୍ତି।

Leave A Reply

Your email address will not be published.