Latest Odisha News

BREAKING NEWS

କତାରରେ ଭାରତ-ତାଲିବାନଙ୍କ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା

ନୂଆଦିଲ୍ଲୀ: ଭାରତ-ତାଲିବାନ ମଧ୍ୟରେ ଆଜି କତାରରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି । ତାଲିବାନଙ୍କ ଅନୁରୋଧ କ୍ରମେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ପ୍ରତିପକ୍ଷର ପ୍ରମୁଖ ନେତା ଶେର ଅହମ୍ମଦ ଆବାସ ଷ୍ଟାନେକାଜାଇଙ୍କୁ ଭେଟିଥିଲେ । ଭାରତ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ସେମାନଙ୍କ ଶୀଘ୍ର ପ୍ରତ୍ୟାବର୍ତନ ସମ୍ପର୍କରେ ତାଲିବାନ ରାଜନୀତି ଅଫିସର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ।

ଏହା ବ୍ୟତୀତ ଆଫଗାନିସ୍ତାନର ମାଟି ଯେପରି ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ କୁହାଯାଇଥିଲା । ତାଲିବାନ ପ୍ରତିନିଧି ଏ ନେଇ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିଲେ । ଆମେରିକା ସେନା କାବୁଲ ଛାଡିବା ପରେ ଭାରତ ଏବଂ ତାଲିବାନ ମଧ୍ୟରେ ଏହା ପ୍ରଥମ ଆଲୋଚନା ।

Leave A Reply

Your email address will not be published.