Latest Odisha News

BREAKING NEWS

ନଷ୍ଟ ହୋଇଥିବା ଗଛ ବିକ୍ରି ଜାଲିଆତି: ୩୪ ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ, ୯ ଜଣ ଦଣ୍ଡିତ

ଜୟପୁର : ୩୪ ବର୍ଷ ପରେ ଏକ ମାମଲାର ରାୟ ପ୍ରକାଶ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭଭି କରି ବିଚାରପତି ରାଜେଶ ଏକ୍କା ରାୟର ଶୁଣାଣି କରିଛନ୍ତି । ମାମଲାରେ ୯ ଜଣ ଦଣ୍ଡିତ ହୋଇଛନ୍ତି । କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି । ଅର୍ଥ ଅନାଦେୟ ହେଲେ ୨ ମାସ ଅଧିକା ଜେଲଦଣ୍ଡ ଭୋଗିବାକୁ ରାୟରେ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ମାମଲାରେ ୨ ଜଣଙ୍କୁ କୋର୍ଟ ଖଲାସ କରିଥିବା ବେଳେ, ୨ ଜଣ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଚିତ୍ରକୋଣ୍ଡା ଜଙ୍ଗଲରେ ବର୍ଷା ଓ ବତ୍ୟାରେ ଗଛ ଉପୁଡି ଯାଇଥିଲା । ନଷ୍ଟ ହୋଇଯାଇଥିବା ଗଛକୁ ବିକ୍ରୟ କରିବା ପାଇଁ ସରକାରଙ୍କ ତରଫରୁ ଟେଣ୍ଟର ବାହାରିଥିଲା । ସେହି ଟେଣ୍ଡରକୁ ଆନ୍ଧ୍ରର ଜଣେ ଠିକାଦର ପାଇଥିଲେ । ଆଉ ଟେଣ୍ଡର ହାତେଇବା ପରେ ସରକାରୀ ବନ କର୍ମଚାରୀ ଓ ଠିକାଦାର ମିଶି ସରକାର ବାହାର କରିଥିବା କାଠକୁ ଛାଡି ଭଲ ଗଛକୁ କାଟି ଆନ୍ଧ୍ର ଚାଲାଣ କରିଥିଲେ । ପାଖାପାଖି ୪୩ ଲକ୍ଷ ୫୨ ହଜାର ୮୩୧ ଟଙ୍କାର ଗଛ ଲୁଟ୍ କରିଥିଲେ । ଗତ ୧୯୮୪ ମସିହାରୁ ୧୯୮୬ ମସିହା ମଧ୍ୟରେ ଜଙ୍ଗଲ ଲୁଟଇ ନେଇଥିଲେ ଏମାନେ ।

ଏନେଇ ଭିଜିଲାନ୍ସ ଡିଏସପି ନିରଞ୍ଜନ ଜେନା ୧୯୮୭ ମସିହାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତୁରନ୍ତ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ପ୍ରଥମେ ସମ୍ବଲପୁର ଓ ପରେ ବ୍ରହ୍ମପୁରରେ ମାମଲା ଚାଲୁଥିଲା । ହେଲେ ୨୦୦୭ରେ ଜୟପୁର ଭିଜିଲାନ୍ସ କୋର୍ଟ ସ୍ଥାପନ ହେବା ପରେ ଏହି ମାମଲା ଜୟପୁର ସ୍ଥାନାନ୍ତରିତ ହୋଇଥିଲା । ଏଭଳି ଜାଲିଆତିରେ ୨୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସମସ୍ତ ସାକ୍ଷା ପ୍ରମାଣକୁ ଆଧାରକୁ କରି ସ୍ବନ୍ତ୍ର ଭିଜିଲାନ୍ସ ବିଚାରପତି ୯ ଜଣଙ୍କୁ ଦଣ୍ଡିତ କରିଥିଲେ । ହେଲେ ଏହି ଅଭିଯୁକ୍ତଙ୍କୁ ପରେ ଜାମିନରେ ଛଡା ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.