Latest Odisha News

BREAKING NEWS

ଭଦ୍ରକରେ ଇଣ୍ଡିଆନ ଅଏଲର ବସ୍ତ୍ରଶିଳ୍ପ ପ୍ରକଳ୍ପ: ଜମି ଲାଗି ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭଦ୍ରକରେ ଇଣ୍ଡିଆନ ଅଏଲର ପ୍ରସ୍ତାବିତ ୧୯୭୧ କୋଟି ଟଙ୍କା ବ୍ୟୟ ବରାଦରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ୭୫ ଏକର ଜମି ତୁରନ୍ତ ଯୋଗାଇଦେବା ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଏକ ପତ୍ର ଲେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରି କହିଛନ୍ତି, ଯଦି ରାଜ୍ୟସରକାର ବିଳମ୍ବ କରନ୍ତି ତାହାହେଲେ ଏହି ପ୍ରକଳ୍ପ ଶିଳ୍ପ ଅନୁକୂଳ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ତିଆରି ହେବ । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢାଇବ ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

ଏହି ପ୍ରକଳ୍ପ ପାଇଁ ୧୬-୧୧-୨୦୧୭ରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଜମି ଯୋଗାଇ ଦିଆଗଲେ ଏହି ପ୍ରକଳ୍ପ ତୁରନ୍ତ ଆରମ୍ଭ କରାଯିବ ଓ ଅନେକ ଦିନର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ପାରାଦ୍ୱୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ଦ୍ୱାର ହେବାକୁ ଲାଗିଛି । ପାରାଦ୍ୱୀପ ଅଏଲ୍ ରିଫାଇନାରୀରୁ ବାହାରୁଥିବା ପଲିଷ୍ଟର, ଏମ୍ଇଜି ଓ ପିଟିଏ ପରି ଉତ୍ପାଦ ବ୍ୟବହାରରେ ପଲିଷ୍ଟର ଆଧାରିତ ବୟନ ଓ ବସ୍ତ୍ରଶିଳ୍ପର ବ୍ୟାପକ ସମ୍ଭାବନା ତିଆରି ହୋଇଛି । ଏହି ସମ୍ଭାବନାକୁ ଦେଖି ଇଣ୍ଡିଆନ୍ ଅଏଲ୍ ତରଫରୁ ୧୯୭୧ କୋଟି ଟଙ୍କା ବ୍ୟୟବରାଦରେ ଭଦ୍ରକଠାରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି । ଏହି ମୂଳ ପ୍ରକଳ୍ପ ହେଲେ ଏହି କ୍ଷେତ୍ରରେ ଡ଼ାଇନଷ୍ଟିମ୍ ଶିଳ୍ପରେ ୨୫୦୦ କୋଟି ପୁଞ୍ଜିନିବେଶ ସହ ୨୫ରୁ ୩୦ ହଜାର ଲୋକଙ୍କର ରୋଜଗାର ସୃଷ୍ଟିର ସମ୍ଭାବନା ତିଆରି ହେବ ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରି କହିଛନ୍ତି “ଇଣ୍ଡିଆନ ଅଏଲର ଭଦ୍ରକ ଠାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ରମ ହେଲେ ରାଜ୍ୟର ଶିଳ୍ପ ମାନଚିତ୍ରରେ ବ୍ୟାପକ ପରିବର୍ତନ ଆସିବ । ଏହି ପ୍ରକଳ୍ପରେ ପ୍ରଚୁର ମାନବସମ୍ବଳ ଆବଶ୍ୟକତା ପରିପ୍ରେକ୍ଷୀରେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି । ଯଦି ରାଜ୍ୟସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ନ ବଢାନ୍ତି ତାହାହେଲେ ରାଜ୍ୟ ଏକ ବଡ଼ ସୁଯୋଗକୁ ହାତ ଛଡ଼ା କରିବ” ।

ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକଳ୍ପ ପାଇଁ ୧୬-୧୧-୨୦୧୭ରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ପ୍ରାରମ୍ଭିକ ଭାବେ ଏଥିପାଇଁ ୩୫ ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇଥିବାବେଳେ ପରବର୍ତୀ ସମୟରେ ୭୫ ଏକର ଜମିର ଆବଶ୍ୟକତା ନେଇ ଆକଳନ ପରେ ଏହି ଜମି ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ଇପିକଲ୍ ପାଖରେ ଆବେଦନ କରାଯାଇଥିଲା ।

Leave A Reply

Your email address will not be published.