Latest Odisha News

BREAKING NEWS

ଘନ କୁହୁଡି ବଳୟରେ ସାରା ରାଜ୍ୟ: ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଘନ କୁହୁଡିର ବଳୟ ମଧ୍ୟରେ ସାରା ରାଜ୍ୟ ଆବଦ୍ଧ ହୋଇ ରହିଥିବାବେଳେ ବୁଧବାର ସକାଳୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏଥିଯୋଗୁଁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉନଥିବା ବେଳେ ଲୋକମାନେ ଯାତାୟତ କରିବା ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।

ଏନେଇ ଆଇଏମଡିର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେଥିମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଆଦି ଜିଲ୍ଲା ରହିଛି।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମାନ ପରିସ୍ଥିତି ଲାଗି ରହିବ ଏବଂ ଜାନୁଆରୀ ୨୩ ଓ ୨୪ ତାରିଖ ଯାଏଁ ଭାରତୀୟ ପାଣିପାଗ ପକ୍ଷରୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.