ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ ନିଜ ପତି ଓ ପିଲାମାନଙ୍କ ସହ ବେଲେୟରରେ ରହୁଛନ୍ତି । ସେ ଶୁକ୍ରବାର ଦିନ ଟେକ୍ସାସରେ ଲ ନମ୍ବର ୪ରେ ହାରିସ କାଉଣ୍ଟି ସିଭିଲ କୋର୍ଟରେ ନ୍ୟାୟାଧୀଶ ରୂପରେ ଶପଥ ନେବେ । ସିଂହଙ୍କ ବାପା ୧୦୭୦ ପ୍ରାରମ୍ଭରେ ଆମେରିକା ଯାଇଥିଲେ ।
୨୦ ବର୍ଷ ଧରି ମୋନିକା ତଳ ଅଦାଲତରେ ଓକିଲାତି କରିବା ପରେ ସ୍ଥାନୀୟ, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ନାଗିରକ ଅଧିକାର ସଂଗଠନରେ ସାମିଲ ଥିଲେ । ଶପଥ ସମାରୋହରେ ମୋନିକା କହିଥିଲେ, ଏହା ମୋ ପାଇଁ ବହୁତ ଗୁରୁତ୍୰ପୂର୍ଣ୍ଣ ଯେ ମୁଁ ଏଚ ଟାଉନର ପ୍ରତିନିଧିିତ୍: କରୁଛି । ଏହି ସମ୍ମାନ ପାଇଥିବାରୁ ମୁଁ ବହୁତ ଖୁସି ।’
ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ ଭାରତୀୟ-ଆମେରିକୀ ନ୍ୟାୟାଧୀଶ ରବି ସନ୍ଦିଲ । ସେ କହିଥିଲେ, ସିଖ ସମୁଦାୟ ପାଇଁ ବାସ୍ତବରେ ଏହା ଏକ ଗୁରୁତ୍:ପୂର୍ଣ୍ଣ ସମୟ । ଏଠି କହିରଖିବୁ ସନ୍ଦିଲ ରାଜ୍ୟର ପ୍ରଥମ ଦକ୍ଷିଣ-ଏସୀୟ ନ୍ୟାୟାଧୀଶ ଅଟନ୍ତି । ସେ ଆହୁରି କହିଥିଲେ, ମୋନିକା କେବଳ ଶିଖ ସଂପ୍ରଦାୟର ନୁହେଁ, ସମସ୍ତ ରଙ୍ଗର ମହିଳାଙ୍କର ରାଷ୍ଟ୍ରଦୂତ । ଆମେରିକାରେ ପ୍ରାୟ ୫୦୦, ୦୦୦ ଶିଖ ରୁହନ୍ତି । ଏମାନଙ୍କ ମଧ୍ୟରୁ ୨୦ ହଜାର ଶିଖ ହୁଷ୍ଟନରେ ରୁହନ୍ତି । ହୁଷ୍ଟନର ମେୟର କହିଛନ୍ତି, ଏହା ଶିଖ ସମୁଦାୟଙ୍କ ପାଇଁ ଏକ ଗର୍ବର ଦିନ । ସବୁ ରଙ୍ଗର ମହିଳାଙ୍କ ପାଇଁ ଏହା ଗର୍ବର ଦିନ ।’
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.