ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ ନିଜ ପତି ଓ ପିଲାମାନଙ୍କ ସହ ବେଲେୟରରେ ରହୁଛନ୍ତି । ସେ ଶୁକ୍ରବାର ଦିନ ଟେକ୍ସାସରେ ଲ ନମ୍ବର ୪ରେ ହାରିସ କାଉଣ୍ଟି ସିଭିଲ କୋର୍ଟରେ ନ୍ୟାୟାଧୀଶ ରୂପରେ ଶପଥ ନେବେ । ସିଂହଙ୍କ ବାପା ୧୦୭୦ ପ୍ରାରମ୍ଭରେ ଆମେରିକା ଯାଇଥିଲେ ।
୨୦ ବର୍ଷ ଧରି ମୋନିକା ତଳ ଅଦାଲତରେ ଓକିଲାତି କରିବା ପରେ ସ୍ଥାନୀୟ, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ନାଗିରକ ଅଧିକାର ସଂଗଠନରେ ସାମିଲ ଥିଲେ । ଶପଥ ସମାରୋହରେ ମୋନିକା କହିଥିଲେ, ଏହା ମୋ ପାଇଁ ବହୁତ ଗୁରୁତ୍୰ପୂର୍ଣ୍ଣ ଯେ ମୁଁ ଏଚ ଟାଉନର ପ୍ରତିନିଧିିତ୍: କରୁଛି । ଏହି ସମ୍ମାନ ପାଇଥିବାରୁ ମୁଁ ବହୁତ ଖୁସି ।’
ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ ଭାରତୀୟ-ଆମେରିକୀ ନ୍ୟାୟାଧୀଶ ରବି ସନ୍ଦିଲ । ସେ କହିଥିଲେ, ସିଖ ସମୁଦାୟ ପାଇଁ ବାସ୍ତବରେ ଏହା ଏକ ଗୁରୁତ୍:ପୂର୍ଣ୍ଣ ସମୟ । ଏଠି କହିରଖିବୁ ସନ୍ଦିଲ ରାଜ୍ୟର ପ୍ରଥମ ଦକ୍ଷିଣ-ଏସୀୟ ନ୍ୟାୟାଧୀଶ ଅଟନ୍ତି । ସେ ଆହୁରି କହିଥିଲେ, ମୋନିକା କେବଳ ଶିଖ ସଂପ୍ରଦାୟର ନୁହେଁ, ସମସ୍ତ ରଙ୍ଗର ମହିଳାଙ୍କର ରାଷ୍ଟ୍ରଦୂତ । ଆମେରିକାରେ ପ୍ରାୟ ୫୦୦, ୦୦୦ ଶିଖ ରୁହନ୍ତି । ଏମାନଙ୍କ ମଧ୍ୟରୁ ୨୦ ହଜାର ଶିଖ ହୁଷ୍ଟନରେ ରୁହନ୍ତି । ହୁଷ୍ଟନର ମେୟର କହିଛନ୍ତି, ଏହା ଶିଖ ସମୁଦାୟଙ୍କ ପାଇଁ ଏକ ଗର୍ବର ଦିନ । ସବୁ ରଙ୍ଗର ମହିଳାଙ୍କ ପାଇଁ ଏହା ଗର୍ବର ଦିନ ।’
BREAKING NEWS
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’, ମିଳିବ ଏହି ସବୁ ସୁବିଧା
- India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
Comments are closed.