Latest Odisha News

BREAKING NEWS

ବ୍ରିଟେନରେ କେରଳୀ ନର୍ସ ଓ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା

କୋଟାୟମ(କେରଳ) : ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା | କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ ସ୍ୱାମୀଙ୍କ ହାତ ରହିଛି ।

ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ତାଙ୍କୁ କପଡ଼ା କିମ୍ବା ଦଉଡ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରାଯାଇଛି। ତେବେ ପିଲାମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ ।

୩୫ ବର୍ଷୀୟ ନର୍ସ ଅଞ୍ଜୁ ଅଶୋକ ପୂର୍ବ ଇଂଲଣ୍ଡର ନର୍ଥମ୍ପଟନ୍ ଅଞ୍ଚଳ କେଟ୍ଟେରିଙ୍ଗରେ ରହୁଥିଲେ । ତାଙ୍କ ସହ ରହୁଥିଲେ ତାଙ୍କର ୬ ବର୍ଷର ପୁଅ ଓ ୪ ବର୍ଷର ଝିଅ । ଶୁକ୍ରବାର ଦିନ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଅଞ୍ଜୁଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ୨ ପିଲାଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ତଦନ୍ତ କରି ବ୍ରିଟେନ ପୁଲିସ୍‌ ଅଞ୍ଜୁଙ୍କ ସ୍ୱାମୀ ସାଜୁଙ୍କୁ ଗିରଫ କରିଛି। ଏପରି ହତ୍ୟାକାଣ୍ଡ ପଛର ମୂଳ କାରଣ ପାରିବାରିକ ବିବାଦ ବୋଲି ଜଣାଯାଇଛି ।

ପରିବାର ଲୋକଙ୍କ କହିବା ଅନୁଯାଇ,  ନର୍ସଙ୍କ ସ୍ୱାମୀ ସାଜୁ ସବୁବେଳେ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ତେଣୁ ସେ ହିଁ ନର୍ସ ଓ ତାଙ୍କର ଦୁଇ ପିଲାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଲାଗି ପରିବାର ଲୋ ଚାହୁଁଛନ୍ତି ।ଏଥିପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ।

Leave A Reply

Your email address will not be published.