Latest Odisha News

ଦୁଇବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି।


ଘଟଣାସ୍ଥଳରେ ଗ୍ରେଟର ନୋଏଡ଼ା  ପୋଲିସ ପହଞ୍ଚି  ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ବସ୍‌ ମଧ୍ୟରେ କେତେ ସଂଖ୍ୟକ ଯାତ୍ରୀ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି  । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.