ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବିଶ୍ୱକପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ନ୍ୟୁଜିଲାଣ୍ଡକୁ ସେମିରେ ଭେଟିବେ । ମୁମ୍ବାଇର ୱାଙ୍ଖେଡରେ ଏହି ମ୍ୟାଚ ଖେଳାଯିବ । ଶନିବାର ଦୀପାବଳୀ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ଏକତ୍ର ହୋଇଥିଲେ । ସେମାନଙ୍କ ପତ୍ନୀ ଓ ସନ୍ତାନମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ସମସ୍ତ ଖେଳାଳି ସେମାନଙ୍କ ପାରମ୍ପାରିକ ପୋଷାକ ପରିଧାନ କରିଥିଲେ । ବିରାଟ କୋହଲି ଓ ଅନୁଷ୍କା ଶର୍ମା ବେଶ ଚର୍ଚ୍ଚାରେ ରହିଥିଲେ । ଅନୁଷ୍କାଙ୍କ ବେମି ବମ୍ପ ସ୍ପଷ୍ଟ ବାରି ହୋଇ ପଡିଥିଲା । ରୋହିତ ଶର୍ମା, ରିତିକା ଓ ସମାୟାରା ମଧ୍ୟ ସୁନ୍ଦର ଲାଗୁଥିଲେ ।
We are #TeamIndia ?? and we wish you and your loved ones a very Happy Diwali ? pic.twitter.com/5oreVRDLAX
— BCCI (@BCCI) November 12, 2023
ଚଳିତ ବର୍ଷ ବିବାହ କରିବାକୁ ଯାଉଥିବା ଶାର୍ଦ୍ଦୁଳ ଓ ମିଥଲୀ ଏବଂ ପ୍ରସିଦ୍ଧ ଓ ରଚନା ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ । ମହମ୍ମଦ ସାମୀ, ଈଶାନ କିଶାନ, ଶୁଭମନ ଗିଲ ଓ ମହମ୍ମଦ ସିରାଜ ପାରମ୍ପାରିକ ପୋଷାରେ ଭଲ ଲାଗୁଥିଲେ । ଭାରତୀୟ କ୍ରିକେଟ ଟିମ ଏହି ଅବସରରେ ପ୍ରଶଂସକଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ ।
Comments are closed.