Latest Odisha News

ରିଲିଜ ହେଲା ସଲ୍ଲୁ ଭାଇଙ୍କ ଟାଇଗର ୩, ଫାଷ୍ଟ ସୋ ରେ ଦର୍ଶକଙ୍କ ପ୍ରବଳ ଭିଡ..

ମୁମ୍ବାଇ: ଦୀପାବଳୀର ଖୁସିକୁ ଆହୁରୀ ଦ୍ୱିଗୁଣିତ କଲା ଭାଇଜାନଙ୍କ ଟାଇଗର ୩ । ଆଜି ବଡ ପରଦାରେ ରିଲିଜ ହେଲା ସଲମାନ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ଟାଇଗର ୩ । ଯାହାକୁ ଦେଖିବାକୁ ସକାଳୁ ସକାଳୁ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ । ଖାଲି ଗହଳି ନୁହେଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଉତ୍ସାହ ଦେଖିବାକୁ ମିଳିଛି ।  

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ ଫିଲ୍ମ ଯେଉଁଥିରେ ଇମ୍ରାନ ହାସମୀ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ତେବେ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିଛି ସଲମାନଙ୍କ ଏହି ଫିଲ୍ମ । ଦେଶର ପ୍ରାୟ ୧୭ ହଜାରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି ।

ଫିଲ୍ମର ପ୍ରଥମ ସୋ’ ସକାଳ 7ଟାରୁ ଆରମ୍ଭ ହୋଇଛି । ଏଥିସହିତ ନଭେମ୍ବର 5ରୁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲା ହୋଇଥିବାବେଳେ ଆଡଭାନ୍ସ ବୁକିଂରେ ଧମାଲ କରିଛି ‘ଟାଇଗର ୩’ ।ବର୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୧୫ କୋଟି ପାର୍ କରିଛି ସଲମାନଙ୍କ ଏହି ସିନେମା । ତେବେ ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍ସାହ ଦେଖିବା ପରେ ପ୍ରଥମ ସପ୍ତାହରେ ଟାଇଗର ଥ୍ରୀ ୨୦୦ କୋଟି ଟପିବ ବୋଲି ଆକଳନ କରିଛନ୍ତି ସିନେ ସମୀକ୍ଷକ ।

ଫିଲ୍ମର ପ୍ରଥମ ଶୋ’ ଦେଖି ପ୍ରଶଂସକମାନେ ଟାଇଗର-୩ ର ପ୍ରାରମ୍ଭିକ ସମୀକ୍ଷା ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱାନୱର୍ଡ ରିଭ୍ୟୁ ଟାଇଗର ୩ ବ୍ଲକବଷ୍ଟର। ଏହା ସହିତ ଫିଲ୍ମକୁ ୫ରୁ ୪ ପଏଣ୍ଟ ଦେଇଛନ୍ତି।

 

Leave A Reply

Your email address will not be published.