Latest Odisha News

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍ର। ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ରାତିରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଯେଉଁଥିରେ ପୁରା ଦେଶ ଗଭୀର ଶୋକ ବ୍ୟକ୍ତ କରିଛି।

ଏହାରି ଭିତରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିଥିଲେ ଭାରତୀୟ ଟିମ୍। ମନମୋହନ ସିଂହଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇ କିଛି ଏପରି ଭାବେ ଖେଳ ଭିତରେ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି।

ଖେଳ ଚାଲିଥିବା ବେଳେ ଯୁବରାଜ ସିଂହ ଏବଂ ବୀରେନ୍ଦ୍ର ସେହୱାଗ, ବିରାଟ କୋହଲିଙ୍କ ସମେତ ସମସ୍ତ ଭାରତୀୟ କ୍ରୀଡାବିତ୍ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳ ମଧ୍ୟରେ କ୍ରୀଡାବିତ୍ମାନେ ତାଙ୍କର ଶାନ୍ତ ଏବଂ ପ୍ରଭାବଶାଳୀ ନେତୃତ୍ୱକୁ ମନେ ପକାଇଛନ୍ତି।

ତେବେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ, ଡେବ୍ୟୁଟାଣ୍ଟ ସାମ୍ କୋନଷ୍ଟାସ୍ ଅଷ୍ଟ୍ରେଲିଆର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ। ସେ ୬୫ ବଲରୁ ୬୦ ରନର ଇନିଂସ ଖେଳି ଦମଦାର୍ ପ୍ରଦର୍ଶନ କରିଥିଲେ । ତେବେ ଏହି ଖେଳରେ ଭାରତ ବିପକ୍ଷରେ ଷ୍ଟିଭ୍ ସ୍ମିଥ୍ ତାଙ୍କ କ୍ୟାରିୟରର ୩୪ତମ ଟେଷ୍ଟ ଶତକ ମାରି ଟେଷ୍ଟରେ ଅଷ୍ଟ୍ରେଲିଆର ସ୍ଥିତିକୁ ଆହୁରି ମଜବୁତ କରିଥିଲେ।

Leave A Reply

Your email address will not be published.