Latest Odisha News

BREAKING NEWS

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ ଉପାୟ ପ୍ରସ୍ତୁତ କରିଛି । ରେଳବାଇ ଦ୍ୱାରା ଏକ ନୂତନ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଛି ଯାହା ହାତୀ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରିବ ।

ହାତୀ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଭାରତୀୟ ରେଳ ଏକ କୃତ୍ରିମ ଆଧାରିତ ସଫ୍ଟୱେୟାର ପ୍ରସ୍ତୁତ କରିଛି । ରେଳବାଇ ଏହି ସଫ୍ଟୱେୟାରର ନାମ ‘ଗଜରାଜ’ ରଖିଛି । ରେଳବାଇ ମଧ୍ୟ ଏହି ଏଆଇ (AI) ସଫ୍ଟୱେର୍ ଇନଷ୍ଟଲ କାର୍ଯ୍ୟ ଆରମ୍ଭ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ‘ଗଜରାଜ’ ବ୍ୟବସ୍ଥା ଠିକ୍ ସେହିପରି କାମ କରିବ ଯାହା କବଚ ସିଷ୍ଟମ କାମ କରୁଛି ।

ତେବେ ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ହାତୀର ସଂଖ୍ୟା ବହୁତ ଅଧିକ । ଅନେକ ସମୟରେ ହାତୀମାନେ ମଧ୍ୟ ଏପରି ସ୍ଥାନ ଦେଇ ଯାଇଥାନ୍ତି ଯେଉଁଠି ରେଳ ଲାଇନ ଯାଇଛି । ଯାହାଫଳରେ ସରକାରୀ ଆକଳନ ଅନୁଯାୟୀ ରେଳ ଟ୍ରାକରେ ଦୁର୍ଘଟଣା ହେତୁ ପ୍ରତିବର୍ଷ ପ୍ରାୟ 20 ଟି ହାତୀଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ଧ୍ୟାନରେ ରଖି ରେଳବାଇ ବର୍ତ୍ତମାନ ଏଆଇ (AI) ସଫ୍ଟୱେର୍ ଗଜରାଜ ପ୍ରସ୍ତୁତ କରିଛି ।
ତେବେ ଏହି ଏଆଇ (AI) ସଫ୍ଟୱେର୍ କୁ ଆସାମ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ, ଉତ୍ତରପ୍ରଦେଶ, ତାମିଲନାଡୁ, କେରଳ ଏବଂ ଝାଡଖଣ୍ଡରେ ପ୍ରାୟ ୭୦୦ କିଲୋମିଟର ଦୂରତା ଭିତରେ ସ୍ଥାପନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଓଏଫସି (OFC) ଲାଇନରେ ସେନ୍ସର ସାହାଯ୍ୟରେ ଗଜରାଜ ସଫ୍ଟୱେୟାର ସ୍ଥାପନ କରାଯିବ । ଏହି ସଫ୍ଟୱେର୍ ୨୦୦ ମିଟର ଦୂରରୁ ହାତୀମାନଙ୍କ ପାଦର ତରଙ୍ଗ ଚିହ୍ନଟ କରିବ ଏବଂ ଲୋକୋପାଇଲଟକୁ ଆଲାର୍ମ ଦେବ । ଆଲାର୍ମ ବାଜିବା ମାତ୍ରେ ଲୋକପାଇଲଟ୍ ବୁଝିବେ ଯେ ଟ୍ରାକରେ କିମ୍ବା ଏହାର ଆଖପାଖରେ ହାତୀ ଅଛନ୍ତି ଏବଂ ଟ୍ରେନର ଗତି ମନ୍ଥର କରିବାର ସୁଯୋଗ ପାଇବେ ।

Leave A Reply

Your email address will not be published.