Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କ ମନମୋହୁଛି ଗୁଦଗୁଦା ଜଳପ୍ରପାତ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ସମ୍ବଲପୁର: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ ନିଜକୁ ହଜାଇ ଦେବାକୁ ସମସ୍ତେ ଭଲ ପାଉଛନ୍ତି । ଏମିତି ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଦଗୁଦା ଜଳପ୍ରପାତ ।

ପାହାଡ଼ ଜଙ୍ଗଲ ଘେରା ତଥା ପ୍ରାକୃତିକ ଶୋଭାରାଜିରେ ଭରପୁର ପଶ୍ଚିମ ଓଡ଼ିଶା । ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁରର ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ । ଅନେକ ପର୍ଯ୍ୟଟନ ସ୍ଥଳୀ ସହିତ ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଏବଂ ଡ୍ୟାମ ଚାରିଦିଗରେ ପସରା ମେଲାଇ ରହିଛି । ଆଉ ତା’ରି ଭିତରେ ପ୍ରକୃତି କୋଳରେ ପାହାଡର ଛାତି ଚିରି ପ୍ରସିଦ୍ଧି ପାଇଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟରେ ଥିବା ଗୁଦଗୁଦା ଜଳପ୍ରପାତ । ଘଞ୍ଚ ବନାନୀରେ ପରିପୂର୍ଣ୍ଣ । ଜଳପ୍ରପାତର କୁଳୁକୁଳୁ ନାଦ ସାଙ୍ଗକୁ ପକ୍ଷୀଙ୍କ କାକଳି କାହାକୁ ବି ବିମୋହିତ କରିଦେବ । ନିଜର ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ଥରେ ନିଶ୍ଚୟ ଏଠାକୁ ବୁଲିବାକୁ ଆସନ୍ତୁ । ସାମୟିକ ବିରତି ପାଇଁ ଏହି ସ୍ଥାନଟି ଅତ୍ୟନ୍ତ ମନୋରମ ।

ଏହା ମଧ୍ୟ ପଢନ୍ତୁ

https://odishasambad.in/trip-to-satkosia-wildlife-sanctuary-a-major-tourist-attraction-in-boudh-dist/

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଳପ୍ରପାତ  ଖଜୁରିଆ ରିଜର୍ଭ ଜଙ୍ଗଲ ମଧ୍ୟରେ ରହିଛି । ସୁଉଚ୍ଚ ପାହଡରୁ ପଥର ଉପରେ କଚାଡି ହୋଇ ପଡୁଥିବା ଝରଣାର ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଗୁଦଗୁଦାଜଳ ପ୍ରପାତରେ ୭ଟି କୁଣ୍ଡ ଥିବାରୁ ଏହାକୁ ସପ୍ତଗଙ୍ଗା ମଧ୍ୟ କହନ୍ତି ।  ଜଳ ପ୍ରପାତର ୭ ଟି କୁଣ୍ଡ ମଧ୍ୟରୁ ତିନୋଟି  ଦେଖାଯାଉଥିବା ବେଲେ ୪ଟି ଦେଖାଯାଏନାହିଁ । ଏଠାରେ ବଣଭୋଜିର କରିବା ପାଇଁ  ନଭେମ୍ବର ରୁ ଫେବୃଆରୀ ମାସ ପର୍ଯ୍ୟନ୍ତ  ପର୍ଯ୍ୟଟକଙ୍କ ଭିଡ ଜମେ । ରାଜ୍ୟ ତଥା ପଡୋଶୀ ରାଜ୍ୟ ରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି । ଏଠାରେ ବଣ ଭୋଜି ପାଇଁ ପିଣ୍ଡି ନିର୍ମାଣ କରାଯାଇଛି । ତାସହ  ଜଳ ପ୍ରପାତର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯିବା ପାଇଁ ଏକ ପୋଲ ନିର୍ମାଣ ହୋଇଛି ।  ଏହି ପୋଲ ସହ ଝରଣା  ପାଖରେ ଠିଆ ହୋଇ ଫଟୋ ଉତ୍ତୋଳନ କରିବାକୁ କେହି ଭୁଲୁ ନାହାନ୍ତି ।  ମହିଳା ପର୍ଯ୍ୟଟକଙ୍କ ପାଇଁ  ମଧ୍ୟ ଶୌଚାଳୟ ରହିଛି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ସୁବିଧାରେ ବଲାବୁଲି କରିପାରୁଛନ୍ତି ।

ଏହା ଯଦିଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ , ପଡୋଶୀ ଦେବଗଡ , ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଝରୁସୁଗୁଡା ଠାରୁ ପ୍ରାୟ ଘ୧.୩୦ ମି ର ଦୂରତା ରେ ସ୍ଥାନଟି ଅବସ୍ଥିତ । ଗୁଦଗୁଦାରେ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ ଓ ଲିଚୁର ବୀସ୍ତିର୍ଣ୍ଣ ବଗିଚା ଦେଖିବାକୁ ପାଇବେ । ଅନେକ ରକମର ପକ୍ଷୀଙ୍କ କାକଳୀ ଏବଂ ଜଳ ଜଳପ୍ରପାତ ର କଳକଳ ନାଦ ରେ କେହିବି ବିମୋହିତ ହୋଇପଡିବେ । ଏହି ସ୍ଥାନଟି ପର୍ବତାରୋହଣ ପାଇଁ ମଧ୍ୟ ଉପଯୁକ୍ତ ।

Leave A Reply

Your email address will not be published.