Latest Odisha News

ଆଇଆରସିଟିସି ସେବା ଠପ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଆଇଆରସିଟିସି ୱେବସାଇଟ୍ ପୁଣି ଥରେ ଠପ୍ ହୋଇଯାଇଛି। ଏହାର ଆପ୍ ମଧ୍ୟ କାମ କରୁନାହିଁ। ଆଗାମୀ ଏକ ଘଣ୍ଟା ପାଇଁ ଟିକେଟ୍ ବୁକିଂ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଯେଉଁମାନେ ତତକାଲ୍ ଟିକେଟ କାଟିବାକୁ ଚାହୁଁଛନ୍ତି ସେମାନେ ମଧ୍ଯ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଇଆରସିଟିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେଣ୍ଟେନାସ୍ କାର୍ଯ୍ୟ ପାଇଁ ଆସନ୍ତା ଏକ ଘଣ୍ଟା ପାଇଁ ଇ-ଟିକେଟ୍ ସେବା ଉପଲବ୍ଧ ହେବ ନାହିଁ। ଏହାପୂର୍ବରୁ ଜୁଲାଇ ୧୨ ଏବଂ ନଭେମ୍ବର ୨ରେ ମଧ୍ୟ ଆଇଆରସିଟିସିର ୱେବସାଇଟ୍ ଏବଂ ଆପରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା।

 

Comments are closed.